Home ଜିଲ୍ଲା ପରିକ୍ରମା ପ୍ରଥମ ଭଦ୍ରକ ଜିଲ୍ଲା ସ୍ତରୀୟ ସାଇକେଲ ପ୍ରତିଯୋଗିତା ଅନୁଷ୍ଠିତ

ପ୍ରଥମ ଭଦ୍ରକ ଜିଲ୍ଲା ସ୍ତରୀୟ ସାଇକେଲ ପ୍ରତିଯୋଗିତା ଅନୁଷ୍ଠିତ

20

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରଥମ ସାଇକ୍ଲିଂ ପ୍ରତିଯୋଗିତା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସକାଳେ ଏହି ପ୍ରତିଯୋଗିତା ଧାମରା ରେଲୱେ ଫ୍ଲାଇଓଭର ଠାରୁ ଆରମ୍ଭ ହୋଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଶେଷ ହୋଇଥିଲା । ଏହି ସାଇକେଲ ଚାଳନାରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଭାରତୀୟ ସେନାର ଅବସରପ୍ରାପ୍ତ ଜୱାନମାନେ ଯୋଗ ଦେଇଥିଲେ । ୮ଟି ଗ୍ରୁପ୍‌ରେ ବିଭକ୍ତ ଏହି ସାଇକେଲ ଦୌଡ଼ରେ ମୋଟ ୫୦୩ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଆସୋସିଏସନର ସଭାପତି ତଥା ଭଦ୍ରକର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ଭଦ୍ରକର ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଓଡ଼ିଶା ସାଇକ୍ଲିଂ ଆସୋସିଏସନର ସଭାପତି ଅର୍ଜୁନ ପୁରସ୍କାର ବିଜୟିନୀ ମିନତୀ ମହାପାତ୍ର, ସମ୍ପାଦକ ପ୍ରସନ୍ନ କୁମାର ରାଉତ, ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ ସମ୍ପାଦକ ଅଭିଜିତ ପାଲ୍‌, ଓଡ଼ିଶା କବାଡ଼ି ଆସୋସିଏସନ୍ ସମ୍ପାଦକ ଅଜୟ କୁମାର ବେହେରା, ଓଡ଼ିଶା ବାସ୍କେଟବଲ୍ ଆସୋସିଏସନ୍ ସମ୍ପାଦକ ଅଶୋକ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଆସୋସିଏସନ୍‌ର ଉପସଭାପତି ଆଇନଜୀବୀ ବିଜୟ କୁମାର ଜେନା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

ସମ୍ପୂର୍ଣ୍ଣ ପ୍ରତିଯୋଗିତାଟି ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ସାଧାରଣ ସମ୍ପାଦକ ଧୀରେନ୍ ପଲାଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ସାଇକ୍ଲିଂ ସମ୍ପାଦକ ସଂଗ୍ରାମୀ ଦେବୀଦତ୍ତ ନାୟକ, ଯୁଗ୍ମ ସମ୍ପାଦକ ତଥା ଆଇନଜିବୀ ଅତିଶ୍ ବେହେରା, କୋଷାଧ୍ୟକ୍ଷ ବ୍ୟାମେକେଶ ସେନାପତି ଆଇନଜିବୀ ଯତିକାନ୍ତ ନାୟକ, ଭବତୋଷ ଦାସ, ଉପେନ୍ଦ୍ର କୁମାର ବାରିକ, ତାଏକ୍ୱୋଣ୍ଡୋ ଆସୋସିଏସନ୍ ଅଫ୍ ଓଡ଼ିଶା ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ, ହେପ୍ପୀ ହୋମ୍ ସ୍କୁଲ ଅଧ୍ୟାପକ ରବିନାରାୟଣ ଓଝା ପ୍ରମୁଖ ସହଯୋଗ କରିଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ପୁରସ୍କୃତ ହୋଇଥିବା ସଫଳ ପ୍ରତିଯୋଗୀମାନେ ହେଲେ -୧୪ବର୍ଷରୁ କମ୍ ବାଳକ ବର୍ଗରେ ହର୍ଷିତ୍ ନାୟକ, ପ୍ରସନ୍ନ କୁମାର ଖଟୁଆ ଓ ରାଜୀବ ଲୋଚନ ରାଉତ, ୧୪ ବର୍ଷରୁ କମ୍ ବାଳିକା ବର୍ଗରେ, ସବେନୁର ସୁଲତାନା, ପଦ୍ମଜା ପ୍ରିୟଦର୍ଶନୀ ଓ ଦିୟାଦର୍ଶନୀ ସାହୁ, ୧୭ ବର୍ଷରୁ କମ୍ ବାଳକ ବର୍ଗରେ ସବୀର ଖାନ୍‌, ଓମ୍ ପ୍ରକାଶ ନାୟକ ଓ ପ୍ରତ୍ୟୁଷ ଦାସ, ବାଳିକା ବର୍ଗରେ ଧରିତ୍ରୀ ଦାସ, ସୃଜନୀ ରାଉତ ଓ ରିଷିକା ଗୁପ୍ତା, ପୁରୁଷ ବିଭାଗରେ ଶେଖ୍ ସବୀର୍‌, ଜୟଦେବ ସାହୁ ଓ ଶେଖ୍ ମସୁର୍ ଅହମ୍ମଦ, ଭାରତୀୟ ସେନା ଜୱାନ ଶ୍ରେଣୀରେ ଅମୀୟ ରଞ୍ଜନ ପରିଡ଼ା ଓ ମାନସ ଖିଲାର୍ ତଥା ୫ ବର୍ଷରୁ କମ୍ ସ୍ୱତନ୍ତ୍ର ଶ୍ରେଣୀରେ ଗୀତାଂଶ ନାୟକ, ରିୟାଂଶ ଦାସ । ପ୍ରତିଯୋଗିତାର ସଫଳ ଆୟୋଜନ ପ୍ରଚ୍ଛଦପଟେ ଭଦ୍ରକ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଲାୟନସ୍ କ୍ଲବ୍‌, ରୋଟାରୀ କ୍ଲବ୍ ମିଡ଼ଟାଉନ୍‌, ମାରୱାରୀ ଯୁବା ମଞ୍ଚ ଓ ୟୁନାଇଟେଡ଼୍ କ୍ଲବ୍‌ର ପ୍ରଶଂସନୀୟ ଅବଦାନ ଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.