Home ଜିଲ୍ଲା ପରିକ୍ରମା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ରକ୍ତଦାନ ଶିବିର

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ରକ୍ତଦାନ ଶିବିର

18

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ପଳାଶଗଢ଼ିଆ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୩୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଶିବିରକୁ ପ୍ରାରମ୍ଭରେ ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ରକ୍ତଦାନର ମହତ୍ୱ ବିଷୟରେ ସଚେତନ କରିଥିଲେ । ରକ୍ତଦାନ ଦ୍ୱାରା ଶରୀର ସୁସ୍ଥ ଓ ସତେଜ ରହିଥିବା ବେଳେ ଗୋଟାଏ ରକ୍ତ ଅନ୍ୟ ଜଣର ମୂଲ୍ୟବାନ ଜୀବନକୁ ବଞ୍ଚାଇବାରେ ସହାୟକ ହୋଇଥାଏ ତେଣୁ ଏହି ମହତ୍ୱ କାର୍ଯ୍ୟରେ ସ୍ୱେଚ୍ଛାକୃତ ଭାବେ ସାମିଲ ହେବାକୁ ସେ ପରାମର୍ଶ ଦେଇଥିଲେ । ଶିବିରରେ ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥସୁନ୍ଦର ମହାକୁଡ଼ ନିଜେ ରକ୍ତଦାନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଭଦ୍ରକ ରକ୍ତ ଭଣ୍ଡାରର ଡ. ବାସନ୍ତିଲତା ରାଉତ, ରବିନ୍ଦ୍ର କୁମାର ଜେନା, ରତିକାନ୍ତ ବଳ, ରଘୁନାଥ ପଣ୍ଡା ରକ୍ତ ସଂଗ୍ରହ କରିଥିଲେ । ବିଦ୍ୟାଳୟର ଶିକ୍ଷକ ରତିକାନ୍ତ ପଣ୍ଡା, ନରେନ୍ଦ୍ର ଦାସ, ସିଦ୍ଧାନ୍ତ ବେହେରା, ମାନସ କୁମାର ମାଝି, ଶିକ୍ଷୟିତ୍ରୀ ଅମ୍ବିକା ଯେନା, ଅନନ୍ୟା ବିଶ୍ୱାଳ, କର୍ମଚାରୀ ଗୌରହରି ମୁଖୀ ପ୍ରମୁଖ ରକ୍ତଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.