Home ଜିଲ୍ଲା ପରିକ୍ରମା ଆରଡ଼େଶ୍ୱର ଉଚ୍ଚ ବିଦ୍ୟାଳୟ ଆଡ଼ିଆରେ ବିଜ୍ଞାନ ପ୍ରଦର୍ଶନୀ

ଆରଡ଼େଶ୍ୱର ଉଚ୍ଚ ବିଦ୍ୟାଳୟ ଆଡ଼ିଆରେ ବିଜ୍ଞାନ ପ୍ରଦର୍ଶନୀ

26

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଡ଼ିଆ ପଞ୍ଚାୟତ ଆରଡ଼େଶ୍ୱର ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ଜେନାଙ୍କ ପୌରହିତ୍ୟରେ ବିଜ୍ଞାନ ଶିକ୍ଷକ ରବିନ୍ଦ୍ର ପ୍ରସାଦ ନନ୍ଦଙ୍କ ତତ୍ତ୍ୱାବଧାନରେ ଛାତ୍ର ଛାତ୍ରୀ ଏହି ପ୍ରଦର୍ଶନୀରେ ମୋଟ ୩୫ଟି ବିଜ୍ଞାନ ଭିର୍ତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ସରପଞ୍ଚ ମୀନା କୁମାରୀ ଜେନା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିବା ବେଳେ ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶଙ୍କର୍ଷଣ ରଥ ମୁଖ୍ୟ ଅତିଥି, ଆଲୁମିନି କମିଟିର ସଭାପତି ଗୋଲକ ଚନ୍ଦ୍ର ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ମେଳାର ଆବଶ୍ୟକତା ଉପରେ ମତ ରଖିଥିଲେ । ବିଚାରକ ଭାବେ ସାଗରିକା ମହାନ୍ତି ଓ ଐଶ୍ୱର୍ଯ୍ୟା ବର୍ଷା ବୈଶାଖି ସାମଲ ପ୍ରମୁଖ ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ । ସେଥି ମଧ୍ୟରୁ ୨ ଶ୍ରେଷ୍ଠ ବିବେଚିତ ପ୍ରକଳ୍ପକୁ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଅଂଶଗ୍ରହଣ ପାଇଁ ମନୋନୀତ କରାଯାଇ ସମସ୍ତ ପ୍ରକଳ୍ପକୁ ପୁରସ୍କୃତ କରାଯାଇଥିଲା । ସହକାରୀ ଶିକ୍ଷକ ବସନ୍ତ କୁମାର ପ୍ରଧାନ, ଅତିଥି ଶିକ୍ଷକ ପରମାନନ୍ଦ ପଣ୍ଡା, ପରିଚାଳନା କମିଟି ସଦସ୍ୟ ବୃନ୍ଦାବନ ଶତପଥୀ, ଅକ୍ଷୟ କୁମାର ସାମଲ, ଶାନ୍ତନ୍ତୁ ଧଳ,ପତିତ ପାବନ ମଲ୍ଲିକ ପ୍ରମୁଖ ପ୍ରଦର୍ଶନୀ ମେଳାକୁ ପରିଚାଳନା କରିଥିଲେ । ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.