Home ଜିଲ୍ଲା ପରିକ୍ରମା କାଦବରାଙ୍ଗରେ ପାଇଖାନା କାର୍ଯ୍ୟ ନିମ୍ନମାନର ଅଭିଯୋଗ

କାଦବରାଙ୍ଗରେ ପାଇଖାନା କାର୍ଯ୍ୟ ନିମ୍ନମାନର ଅଭିଯୋଗ

15

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକରେ ବିଭିନ୍ନ ଗ୍ରାମରେ ସ୍ୱଚ୍ଛ ଭାରତ ମିଶନରେ ହେଉଥିବା ପାଇଖାନା କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଲୋକ କାମ ନକରି ଝାଡ଼ଖଣ୍ଡର ଠିକାଦାର୍ ଆସି କାମ କରୁଛନ୍ତି ଯାହାକି ଅତି ନିମ୍ନମାନର । ଏଥି ପୂର୍ବରୁ ସେମାନେ ବିଭିନ୍ନ ପଞ୍ଚାୟତରେ ନିର୍ମାଣ କରିଥିବା ପାଇଖାନା ଗୁଡ଼ିକ କ୍ରମଶଃ ଭାଙ୍ଗି ତୁଟି ଗଲାଣି । ଗରିବ ଲୋକର ଘରେ ପାଇଖାନା ନିର୍ମାଣ ପାଇଁ କେନ୍ଦ୍ର ସରକାର ୧୨ ହଜାର ଟଙ୍କା ଦେଉଥିବା ବେଳେ ଝାଡ଼ଖଣ୍ଡର ଏହି ଠିକାଦାର ଦେଢ଼ ଶହ ଖଣ୍ଡ ଇଟାରେ କାଦୁଆ ମିଶା ବାଲି ଓ ଅଳ୍ପ ସିମେଣ୍ଟ ଗୋଳାଇ କାର୍ଯ୍ୟ ସାରି ଦେଉଛନ୍ତି । ଏମିତି କି ଯେଉଁ ବ୍ୟକ୍ତିର ବାଡ଼ିରେ ଇଟା ବାଲି ପଡ଼ିଛି ଠିକାଦାର ଜଣକ ସେମାନଙ୍କ ଅନୁପସ୍ଥିତିରେ ଚତୁରତାର ସହ କାମରେ ଲଗାଇ ଦେଉଥିବା ଅଭିଯୋଗ ଆସିଛି କାଦବରାଙ୍ଗ ପଞ୍ଚାୟତ ବାଙ୍କତିରା ଗ୍ରାମରୁ । ଗୋଟିଏ ସିମେଣ୍ଟରେ ଗୋଟିଏ ପାଇଖାନାର କାର୍ଯ୍ୟ ସରିଯାଉଥିବା ବେଳେ ବର୍‌ପାଲିକୁ ଇଟା ଦେଇ ଥୋଇ ଦେଉଥିବା ଦେଖା ଦେଇଛି । ବ୍ୟବହାର ପରେ ଅନେକ ପାଇଖାନା ଦବି ଯାଉଥିବା ବେଳେ କବାଟ ଲଗାଉ ଲଗାଉ ଭାଙ୍ଗି ଯାଉଚି ପୁଣି ତାକୁ ମରାମତି କରିଦେଉଛନ୍ତି । ପାଇଖାନାର ରଙ୍ଗ ସରକାରୀ ଭାବରେ ଗୋଲାପି ଥିଲା ବେଳେ ଠିକାଦାର ଅତି ନିମ୍ନମାନର ଗେରୁଆ ରଙ୍ଗ ଲଗାଉଛନ୍ତି । ଆହୁରୀ ମଧ୍ୟ ଜଣେ ପରିବାରର ସ୍ୱାମୀ ପାଇଖାନା ପାଇଥିଲା ବେଳେ ସ୍ତ୍ରୀଙ୍କ ନାମର ଆଉ ଗୋଟାଏ ପାଇଖାନା କିପରି ହେଉଛି ତାହା ତଦନ୍ତ ସାପେକ୍ଷ । ଉପରୋକ୍ତ କାମର ଅନିୟମିତତା କୁ ହିତାଧିକାରୀ ମାନେ ଝାଡ଼ଖଣ୍ଡର ହୀନ୍ଦି ଭାଷା ଭାଷି ଲୋକଙ୍କୁ ସଠିକ୍ ଢଙ୍ଗରେ କହିପାରୁ ନଥିବା ଦେଖାଯାଉଛି । ଏହି ଘଟଣାର ବିଧିବଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା ଦୃଢ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.