Home ଜିଲ୍ଲା ପରିକ୍ରମା ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟର ଷଷ୍ଠ ଦିବସରେ ଉଦ୍‌ଘାଟନୀ କ୍ରିକେଟ ମ୍ୟାଚ୍

ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟର ଷଷ୍ଠ ଦିବସରେ ଉଦ୍‌ଘାଟନୀ କ୍ରିକେଟ ମ୍ୟାଚ୍

27

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟର ଷଷ୍ଠ ଦିବସରେ କ୍ରିକେଟ୍ ମ୍ୟାଚ ମହାବୀର ପଡ଼ିଆ ଠରେ ଅନୁଷ୍ଠିତ ହୋଇଯାଇଅଛି । ଓଡ଼ିଶା ସରକାରଙ୍କ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ (ଆଇ.ୱାଇ.ଡ଼ି.ପି.) ଆନୁକୂଲ୍ୟରେ ଅନୁଷ୍ଠିତ କ୍ରିକେଟ ମ୍ୟାଚକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନିତ୍ୟାନନ୍ଦ ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏଥିରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ତଥା ନୋଡ଼ାଲ ଅଫିସର ଶ୍ରୀଯୁକ୍ତ ସୁକଦେବ ପଣ୍ଡାଙ୍କ ତତ୍ତ୍ୱାବଧାନରେ କ୍ରିକେଟ ମ୍ୟାଚକୁ ପରିଚାଳନା କରିଥିଲେ । ଏହି ମ୍ୟାଚରେ ଶ୍ରୀ ଆଶୀର୍ବାଦ ବେହେରା ଓ ବଂଶିଧର ବେହେରା ଅମ୍ପେୟାର ଭାବେ ଯୋଗଦେଇ କ୍ରିକେଟ ମ୍ୟାଚକୁ ପରିଚାଳନା କରିଥିଲେ । +୨ ଶାସ୍ତ୍ରୀ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଯୋଗଦେଇ କ୍ରିକେଟ ମ୍ୟାଚ ଖେଳିଥିଲେ । ଉକ୍ତ ମ୍ୟାଚରେ ‘ବି’ ଗ୍ରୁପର କ୍ୟାପଟେନ୍ ସତ୍ୟରଂଜନ ବେହେରାଙ୍କ ଦଳ ୫ ଉଇକେଟ ଓ ୨୫ ରନ୍ ରେ ଗ୍ରୁପ୍ ‘ଏ’ କୁ ପରାସ୍ତ କରି ଉଇନର୍ ହୋଇଥିଲେ । ଉକ୍ତ ଉତ୍ସବରେ ଅବିନାଶ ଭଟ୍ଟାଚାର୍ଯ୍ୟ, କ୍ରିଷ୍ଣା ମହାନ୍ତି, ଅବିନାଶ ନନ୍ଦ, ନିହାର ରଂଜନ ଜେନା, ସମୀର ରଞ୍ଜନ ବାରିକ୍‌, ଶିବ ବେହେରା, ରାଜେସ କୁମାର ବେହେରା, ଏସ୍‌.କେ. ଶାମସଦ, ପ୍ରକାଶ ପାଢ଼ୀ, ସ୍ୱାଧୀନ ପଲେଇ, ରାଜେସ ପଣ୍ଡା, ସ୍ମୃତିରଂଜନ ନାଥ, ସମୀର ସାମଲ, ଜ୍ଞାନଦେବ ଦାସ ପ୍ରମୁଖ କ୍ରିକେଟ ଖେଳରେ ଯୋଗ ଦେଇଥିଲେ ଏବଂ ମହାବିଦ୍ୟାଳୟର ଛାତ୍ର-ଛାତ୍ରୀମାନେ ଯୋଗଦେଇ ଖେଳକୁ ଉପଭୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.