ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ଗୋଳାପୋଖରୀ ଓ କମାରିଆ ଗ୍ରାମରେ ଗଢ଼ା ଯାଉଥିବା ବେଆଇନ ଇଟାଭଟି ଉପରେ ଚଢ଼ାଉ କରି ତହସିଲଦାର ଦେବୀପ୍ରସନ୍ନ ସାରସ୍ୱତ ୧ଲକ୍ଷ ୨୫ ହଜାର ଟଙ୍କା ଆଦାୟ କରିଛନ୍ତି । ଏଥି ସହ ଜରିମାନା ନଦେବାରୁ କମାରିଆ ଗ୍ରାମର ଧନଞ୍ଜୟ କରଙ୍କ ଇଟାଭଟି ଡୋଜର ଲଗାଇ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଥିବା ଜଣାଯାଇଛି । ଗୁରୁବାର ପୂର୍ବାହ୍ନରେ ତହସିଲଦାର ଶ୍ରୀ ସାରସ୍ୱତ ଇଟାଗଢ଼ା ଯାଉଥିବା ଗୋଳାପୋଖରୀ ଗ୍ରାମର ରବିନ୍ଦ୍ର ଦାସଙ୍କ ଠାରୁ ୩୦ହଜାର, କମାରିଆ ଗ୍ରାମର ସୁଦାମ ନାୟକଙ୍କ ଠାରୁ ୬୦ ହଜାର ଏବଂ ତିଳୋତ୍ତମା ସାହୁଙ୍କ ଠାରୁ ୩୫ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାଯାଇଛି । ଏହି ଚଢ଼ାଉ ବେଳେ ସୁପର ଭାଇଜର ଗିରିଶ ଚନ୍ଦ୍ର ନାୟକ, ରାଜସ୍ୱ ନିରୀକ୍ଷକ ଗୋଲକ ମୁର୍ମୁ, କିରାଣୀ ଆକ୍ରମ ଅଲ୍ଲୀ ଖାଁଙ୍କ ସମେତ ପୁଲିସ ଫୋର୍ସ ଥିଲେ ।
Home ଜିଲ୍ଲା ପରିକ୍ରମା ବେଆଇନ ଇଟାଭାଟି ଉପରେ ତହସିଲଦାରଙ୍କ ଚଢ଼ାଉ, ୧ଲକ୍ଷ ୨୫ ହଜାର ଟଙ୍କା ଜରିମାନା ଆଦାୟ, ଭାଙ୍ଗିଲେ...








