Home ଜିଲ୍ଲା ପରିକ୍ରମା ଘଟଣାର ୨୪ ଘଣ୍ଟା ପରେ ବି ବୈତରଣୀ ନଦୀରେ ନିଖୋଜ ବାପଝିଅ, ବୁଧବାର ରାତ୍ରରେ ବୈତରଣୀ...

ଘଟଣାର ୨୪ ଘଣ୍ଟା ପରେ ବି ବୈତରଣୀ ନଦୀରେ ନିଖୋଜ ବାପଝିଅ, ବୁଧବାର ରାତ୍ରରେ ବୈତରଣୀ ସେତୁ ଉପରୁ ନଦୀକୁ ବାପଝିଅ ଡେଇଁବା ଘଟଣା

32

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଆଖୁଆପଦା ଠାରୁ ଆନିକଟର ଗଭୀର ଜଳରାଶିରୁ ସ୍ଥାନୀୟ ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ ଗୁରୁବାର ଦିନ ତମାମ ଗତ ବୁଧବାର ରାତ୍ର ୯.୩୦ମି.ରେ ୧୬ ନଂ ଜାତୀୟ ରାଜପଥର ବୈତରଣୀ ସେତୁ ଉପରୁ ନଦୀକୁ ଡେଇଁଥିବା ଦେଢବର୍ଷର ଝିଅ ଓ ବାପା ଚନ୍ଦନକୁ ଖୋଜୁଛନ୍ତି । ଅନ୍ୟପକ୍ଷରେ ଭଉଣୀ ସହ ଚନ୍ଦନର ଅନ୍ତିମ ଫୋନ ଯୋଗେ ହୋଇଥିବା ବାର୍ତ୍ତାଳପ ଅଡିଓ ଭାଇରାଲ ହୋଇ ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଭଉଣୀର ରାଣ ନିୟମକୁ ଏଡାଇ ଭାଇ ଚନ୍ଦନ ଏଭଳି ନିଷ୍ପତ୍ତି କାହିକିଁ ନେଲା ତାହାକୁ ଜାଣିବା ପାଇଁ ଉତ୍ସୁକତା ସୃଷ୍ଟି ହୋଇଛି । ରୋଜଗାରିଆ ପୁଅ ଓ ନାତୁଣୀକୁ ହରାଇ ଚନ୍ଦନର ପିତାମାତା ସମେତ ଚନ୍ଦନର ସାନ ୩ ଭାଇଙ୍କ କ୍ରନ୍ଦନରୋଳ ଅତ୍ୟନ୍ତ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ବାଲିପୋଖରୀ ପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ(୩୦) ମାନସିକ ଭାରସାମ୍ୟ ହରାଇ ଅଢେଇ ବର୍ଷର କନ୍ୟା ତୃପ୍ତି ସହ ଗତ ବୁଧବାର ରାତ୍ରରେ ନଦୀକୁ ଡେଇଁ ପଡିଥିଲେ । ପୁଲିସ ବୈତରଣୀ ସେତୁ ଉପରୁ ବାଇକ, ଉଭୟ ବାପଝିଅଙ୍କ ଜୋତାକୁ ଜବତ କରିଛି ।

୨ ବର୍ଷ ପୂର୍ବେ ଚନ୍ଦନ ସ୍ଥାନୀୟ ମଞ୍ଜୁରୀ ଗ୍ରାମର ଲକ୍ଷ୍ମୀପ୍ରିୟାକୁ ପ୍ରେମ କରିଥଲେ । ଚନ୍ଦନ ସୁତରର ଏକ ସୂତା ମିଲରେ କାମ କରୁଥିଲେ । ବିବାହ ପରେ ଚନ୍ଦନ ପତ୍ନକୁ ନେଇ ସୁରତରେ ରହୁଥିଲେ । ମାସକ ତଳେ ଲକ୍ଷ୍ମୀପ୍ରିୟା ସୁରତରେ ଆତ୍ମହତ୍ୟା କରିବାରୁ ଚନ୍ଦନ ପରମାନନ୍ଦପୁର ଆସି ସୁଦ୍ଧି ହୋଇଥିଲେ । ଚନ୍ଦନଙ୍କ ଶ୍ୱଶୁର ଘର ପକ୍ଷରୁ ଝିଅ ତୃପ୍ତି ନାମରେ ୩ ଲକ୍ଷ ଟଙ୍କା ଜମା ରଖିବାକୁ ଚନ୍ଦନ ଉପରେ ଚାପ ପ୍ରୟୋଗ କରାଯାଇଥିଲା । ଚନ୍ଦନ ବାପ ମାଆ ସହ ଝିଅକୁ ନେଇ ସୁରତ ଯାଇଥିଲେ । ସେଠାରେ ସ୍ୱଳ୍ପ ଦିନ ରହି ପତ୍ନୀ କଥା ଭୁଲିନପାରି ସପ୍ତାହକ ମଧ୍ୟରେ ଘରକୁ ଫେରିଆସିଥିଲେ । ସେବେଠାରୁ ଚନ୍ଦନ ଗାଁକୁ ଫେରି ମାନସିକ ଭାରସାମ୍ୟ ହରାଇ ଅସ୍ୱାଭାବିକ ହୋଇପଡିଥିଲେ । ପିତାମାତା, ଭଉଣୀ ଓ ସାଥିଙ୍କୁ ଜଣାଇ ଶେଷରେ ଏଭଳି ନିଷ୍ପତ୍ତି ନେଇଥିଲେ ଚନ୍ଦନ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.