Home ଜିଲ୍ଲା ପରିକ୍ରମା ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ୧୦୮ ଆମ୍ବୁଲାନ୍ସକୁ ଅଟକାଇ ମାଗିଲେ ଟଙ୍କା

ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ୧୦୮ ଆମ୍ବୁଲାନ୍ସକୁ ଅଟକାଇ ମାଗିଲେ ଟଙ୍କା

50

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଗୀ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସକୁ ଅଟକାଇ ମଦ୍ୟପ ଯୁବକଙ୍କ ଉନ୍ମୁତ୍ତ କାଣ୍ଡ । ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ କାଦବରାଙ୍ଗ ବରପଦା ମଝି ରାସ୍ତାରେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ରୋଗୀ ନେଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସକୁ ଏକ ମୋଟର ସାଇକେଲ୍‌ରେ ଆସି ୨ ମଦ୍ୟପ ଯୁବକ ଅଟକାଇବା ସହ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ୫ ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ମାତ୍ର କର୍ମଚାରୀମାନେ ଦେବାକୁ ମନା କରିବାରୁ ଆମ୍ବୁଲାନ୍ସକୁ ବାଡେଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଆମ୍ବୁଲାନ୍ସରୁ ବାହାରି ଜଣେ କର୍ମଚାରୀ ଆମ୍ବୁଲାନ୍ସ ସମ୍ମୁଖରୀ ଗାଡି ବାହାର କରିବାକୁ କହିବାରୁ ମଦ୍ୟପ ଯୁବକ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମାଡ ମାରିବା ସହ ଆମ୍ବୁଲାନ୍ସର ବାମ ପାଶ୍ୱର୍ ମିରରକୁ ଭାଙ୍ଗିଦେବା ସହ ଡ୍ରାଇଭରଙ୍କ ପକେଟରୁ କିଛି ଟଙ୍କା ଜବରଦସ୍ତି ନେଇଯାଇଥିଲେ । ଏହି ସମୟରେ ଜଣେ ଯୁବକ ଖସି ପଳାଇ ଯାଉଥିବା ସମୟରେ ଅନ୍ୟ ଜଣେ ଯୁବକଙ୍କୁ ଆମ୍ବୁଲାନ୍ସ କର୍ମଚାରୀମାନେ କାବୁ କରି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍‌ର ଜିମା ଦେଇଥିଲେ । ଏନେଇ ଆମ୍ବୁଲାନ୍ସର ସହାୟକ ଦିନେଶ କୁମାର ବାରିକ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.