Home ଜିଲ୍ଲା ପରିକ୍ରମା ଗଣ୍ଡଗରା ଗୋହିରାପଦୀ ରାସ୍ତା ନିିର୍ମାଣ ପାଇଁ ତଦାରଖ, ଦୀର୍ଘଦିନର ପକ୍କା ରାସ୍ତା ଦାବୀ ହେବ ପୂରଣ

ଗଣ୍ଡଗରା ଗୋହିରାପଦୀ ରାସ୍ତା ନିିର୍ମାଣ ପାଇଁ ତଦାରଖ, ଦୀର୍ଘଦିନର ପକ୍କା ରାସ୍ତା ଦାବୀ ହେବ ପୂରଣ

16

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ଗୋଟି ପଞ୍ଚାୟତରେ ଥିବା ବିଭିନ୍ନ ରାସ୍ତା ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ଅଞ୍ଚଳବାସୀ ଯା ଆସ କରିବାରେ ନା ନା ଅସୁବିଧା ଭୋଗ କରି ଆସୁଛନ୍ତି । ଏନେଇ ବିଭାଗୀୟ ଉଚ୍ଚ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅବଗତ କରାଯାଇ କେତେକ ସ୍ଥାନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଉଦ୍ୟମରେ ଏହି ବ୍ଲକର ୮ଗୋଟି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତରିତ କରାଯାଇଥିଲା । ଫଳରେ ଖୁବ୍ ଶୀଘ୍ର ଏହି ରାସ୍ତା ଗୁଡିକୁ ନିର୍ମାଣ କରାଯିବ ବୋଲି ଜଣାପଡିଥିଲା । ଏହି କ୍ରମରେ ଆଜି ବିଭାଗୀୟ ସହକାରୀ ଯନ୍ତ୍ରୀ ସୁପର୍ଣ୍ଣା ସୋରେନ,କନିଷ୍ଠ ଯନ୍ତ୍ରୀ ସୁରଥ କୁମାର ବେହେରା ଏହି ରାସ୍ତାର ମାପ ଜୁପ କରିଛନ୍ତି । ଏଥିରେ କେଉଁ କେଉଁ ସ୍ଥାନରେ କଲ୍‌ଭର୍ଟ,କଂକ୍ରିଟ୍ ୱାଲ୍‌,ପକ୍କା ରାସ୍ତା ଓ ପିଚୁ ଆଦି କରାଯିବା ନେଇ ତଦାରଖ ହୋଇଛି । ପ୍ରକାଶଥାଉକି ବାରିକପୁର ବନ୍ତ ପୁର୍ତ୍ତ ବିଭାଗ ରାସ୍ତାର ଗଣ୍ଡଗରା ସ୍କୁଲ ଠାରୁ ବାହାରି ମୁଗଗଢିଆ ଗୋହିରାପଦୀ ଦେଇ କେନ୍ଦୁଆପଦା ମହତାବ ମହାବିଦ୍ୟାଳୟ ଠାରେ ଏହି ରାସ୍ତାଟି ଲାଗିଛି । ୫କି.ମି ବ୍ୟାପି ଏହି ରାସ୍ତା ଦେଇ ସଂପୃକ୍ତ ଗ୍ରାମବାସୀଙ୍କ ସମେତ ନିକଟସ୍ଥ କେନ୍ଦୁଆପଦା ରେଳଷ୍ଟେସନ୍‌,ଡାକ୍ତର ଖାନା,ମହାବିଦ୍ୟାଳୟ,ହାଇସ୍କୁଲ,ଷ୍ଟେଟ୍‌ବ୍ୟାଙ୍କ ଆଦିକୁ ଲୋକେ ଦୈନଦିନ କାର୍ଯ୍ୟ ପାଇଁ ବହୁ ସଂଖ୍ୟାରେ ଯା ଆସ କରିଥାନ୍ତି । ସେପରି ସ୍ଥଳେ ରାସ୍ତାଟି କଚ୍ଚା ଓ ଖାଲ ଖମାରେ ପରିଣତ ହୋଇଥିବାରୁ ବିଭିନ୍ନ ସମୟରେ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରି ଆସୁଥିଲେ । ଆଜିର ଏହି ତଦାରଖ ପରେ ସେମାନଙ୍କ ମଧ୍ୟରେ ରାସ୍ତା ନିର୍ମାଣ ନେଇ ଆଶା ସଂଞ୍ଚାର ହୋଇଛି । ଏହାକୁ ନେଇ ସେମାନେ ବିଧାୟକଙ୍କ ସମେତ ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସକ୍ରାନ୍ତି ସାମଲଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.