Home ଜିଲ୍ଲା ପରିକ୍ରମା ବିଜେପି ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ, ମୋଦି ସରକାର ଦେଶର ଗୌରବ ବୃଦ୍ଧି କରିଛି

ବିଜେପି ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ, ମୋଦି ସରକାର ଦେଶର ଗୌରବ ବୃଦ୍ଧି କରିଛି

32

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୋଦିଙ୍କ ୯ ବର୍ଷ ଶାସନ କାଳରେ ଦେଶରେ ସୁଶାସନ, ଗରିବ କଲ୍ୟାଣ ଯୋଜନା ଓ ଅର୍ଥନୈତିକ ବିକାଶ ଦେଶର ଗୌରବ ବୃଦ୍ଧି ହୋଇଛି । ବିଶ୍ୱରେ ଦେଶର ଗାରିମା ବୃଦ୍ଧି ପାଇଛି । ମୋଦିଙ୍କ ବିଭିନ୍ନ ଜନକଲ୍ୟାଣକାରୀ ସୁଫଳ ସଂପର୍କରେ ଲୋକଙ୍କୁ ଅବଗତ କରାଇବା ସହ ସମସ୍ତଙ୍କ ନିକଟରେ ଯୋଜନା ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିବାକୁ ବିଜେପି ଭଣ୍ଡାରିପୋଖରୀ ବିଧାନସଭା ସ୍ତରୀୟ ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ଦଳୀୟ ନେତୃବୃନ୍ଦ ଆହ୍ୱାନ ଦେଇଛନ୍ତି । ଆଜି ବାରିକପୁର ନିକଟସ୍ଥ ଅମର କଲ୍ୟାଣ ମଣ୍ଡପ ଠାରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାନସଭା କ୍ଷେତ୍ର ନେତା ବଦ୍ରୀ ନାରାୟଣ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ଜିଲା ସଭାପତି ହେମନ୍ତ କୁମାର ପାଢୀ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଦଳର ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ ଯୋଗଦେଇ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ଓ ଦଳୀୟ ସଂଗଠନ ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ଦଳର ଜିଲା ଉପସଭାପତି ତଥା ବିଧାନସଭା ପ୍ରଭାରୀ ଅଶୋକ କୁମାର ପରିଜା, ବିଧାନସଭା ସଂଯୋଜକ ପ୍ରକାଶ ମହାପାତ୍ର, ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ କଳ୍ପନା ଜେନା ଉଦ୍‌ବୋଧନ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲା ଉପସଭାପତି ଜଗବନ୍ଧୁ ଦାସ, ପଙ୍କଜିନୀ ଲେଙ୍କା, ଜିଲା ସଂପାଦିକା ତପସ୍ୱିନୀ ମହାପାତ୍ର, ଜିଲା ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ଚୈତାଳି ଖିଲାର, କୃଷକ ମୋର୍ଚ୍ଚା ରାଜ୍ୟ କମିଟି ନେତା ଶଙ୍କର୍ଷଣ ଜେନା, ବିଭିନ୍ନ ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁ, ନବକିଶୋର ବଳ, ଶିବାନନ୍ଦ ଦାସ ଅଧିକାରୀ, ଖଗେଶ୍ୱର ବେହେରା, ସରପଞ୍ଚ ମାନସ ରଂଜନ ପହି, ଇଂ ପ୍ରମୋଦ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ । ସମିତି ସଦସ୍ୟ ଉଦ୍ଧବ ସେଠୀ, ପ୍ରତାପ ଦ୍ୱିବେଦୀ, ସନ୍ତୋଷ ନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ସମ୍ମିଳନୀରେ ଦଳର ଯୁବ, କୃଷକ, ମହିଳା, ଅନୁସୂଚିତ ପଛୁଆବର୍ଗ, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ମୋର୍ଚ୍ଚା କମିଟି ଗୁଡିକର ସଦସ୍ୟ/ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ତଥା ସରପଞ୍ଚ ମାନସ ରଂଜନ ପହି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ, ସରପଞ୍ଚ ପ୍ରମୋଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.