ଭୁବନେଶ୍ୱର: ରାଣୀ ମହୁମାଛି ଅର୍ଚ୍ଚନା ନାଗ୍ ଏବେ ବଡ଼ ଚର୍ଚ୍ଚାରେ। ଅର୍ଚ୍ଚନା ଯେତେ ଚର୍ଚ୍ଚାରେ, ଅନେକ ବଡ଼ବଡ଼ିଆ ଏବେ ସେତେ ଚିନ୍ତାରେ। କାରଣ ପୁଲିସ୍ ଘଟଣାର ଯେତେ ଖୋଳତାଡ଼ କରୁଛି, ସେତେ ବଡ଼ବଡ଼ିଆଙ୍କ ଲିଙ୍କ୍ ପଦାକୁ ଆସୁଛି। କେତେବେଳେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନାମ ଆସୁଛି ତ’ ଆଉ କେତେବେଳେ ବିଧାୟକ, ମନ୍ତ୍ରୀଙ୍କ ନାମ ଉଠୁଛି। ଏ’ ଭିତରେ ଅର୍ଚ୍ଚନାଙ୍କ ଲିଙ୍କ୍ ଭିତରେ ଏକ ନିର୍ଦ୍ଦିଷ୍ଟ ଦଳର ଏମିତି ଜଣେ ପ୍ରତିଷ୍ଠିତ ନେତାଙ୍କ ନାମ ଆସିଛି, ଯିଏ ଅର୍ଚ୍ଚନାଙ୍କୁ କୁଆଡ଼େ କୈଣସି ଏକ ବିଧାନସଭା କ୍ଷେତ୍ର ପାଇଁ ଟିକେଟ୍ କରାଇଦେବା ପ୍ରତିଶ୍ରୁତି ଦେଇ ପ୍ରତିବଦଳରେ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ୨୦୨୦ ମସିହାର ଏହି ଘଟଣାକୁ ନେଇ ପ୍ରତାରଣା, ଠକେଇ ଓ ଭୟ ଦେଖାଇବା ଆଦି ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୧୭, ୫୦୬ ଏବଂ ୩୪ ଆକ୍ଟ ଅନୁଯାୟୀ ଏକ ମାମଲା ମଧ୍ୟ ରୃଜୁ ହୋଇଥିଲା। ଆଜି ବି ସେହି ମାମଲା ବିଚାରଧୀନ ରହିଛି। ଯେଉଁ କଥା ଏବେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ରାଣୀ ମହୁମାଛି ତାଙ୍କ ଜାଲରେ ଫସାଇବାରେ ବିଫଳ ହୋଇ, ହୁଏତ ସଂପୃକ୍ତ ପ୍ରତିଷ୍ଠିତ ନେତାଙ୍କୁ ଫସାଇବା ପାଇଁ ଏପରି ଉଦ୍ୟମ କରିଥାଇ ପାରନ୍ତି। କିନ୍ତୁ, ଏଠାରେ ୨୦୧୯ ନିର୍ବାଚନ ପୂର୍ବର ଏକ ଘଟଣା ମନେ ପିଡ଼ିଯାଉଛି। ଯେଉଁ ଘଟଣା ସେତେବେଳେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା।“ରାତିରେ ଆସ; ଚିତ୍ର ଆଙ୍କି କବିତା ଲେଖିବି”। ଯାହାଥିଲା ଜଣେ ନେତାଙ୍କ ଧଳା ପୋଷାକ ତଳର କଳା ହୃଦୟର କଥା। ପ୍ରେମ ଅଛି ମାନେ, ଭାବ ବି ଅଛି। ଆଉ ଖୁବ୍ ସହଜରେ ଭାବ ବି ପ୍ରକଟ କରିଦିଅନ୍ତି ସଂପୃକ୍ତ ନେତା। ନେତା ଜଣଙ୍କ ନିଜ ଦଳର ମହିଳା ନେତ୍ରୀଙ୍କୁ ରାତି ଅଧରେ ଫୋନ୍ କରନ୍ତି, ଭିଡିଓ କଲ୍ କରନ୍ତି, ରୋମାଣ୍ଟିକ୍ ମେସଜ୍ କରନ୍ତି। ରାତିରେ ଆସ, ଚିତ୍ର ଆଙ୍କି କବିତା ଲେଖିବି ବୋଲି କୁହନ୍ତି। ତାଙ୍କର ଉପର ସ୍ତରରେ ଭଲ ଚିହ୍ନା ରହିଛି, ରାଜନୀତିରେ ଲିଫ୍ଟ୍ ଦେବା କଥା କୁହନ୍ତି। ସେତେବେଳେ ସଂପୃକ୍ତ ଦଳରେ ନିଜ ଦଳର ସେହି ଧଳା ପୋଷାକ ତଳର କଳା ହୃଦୟର କଳାପ୍ରେମୀ ନେତାଙ୍କ ବାବଦରେ ପରସ୍ପର ମଧ୍ୟରେ ବଡ଼ ଆଲୋଚନା ଚାଲିଥିଲା।
-/DevDr
ବିଜେପି ସିନା ଖୋଜୁଥିଲା ବିଜେଡି ଲିଙ୍କ୍; ବାହାରି ପଡ଼ିଲା ବିଜେପି ଲିଙ୍କ୍!