ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଘଟିଛି ଏକ ଅଭାବନୀୟ ଘଟଣା। ନଦୀକୁ ଡେଇଁପଡିଲେ ଯୁବତୀ। ବ୍ରିଜ୍ ଉପରେ ଦୋକାନ କରିଥିବା ଦୋକାନୀଙ୍କ ଫୋନ୍ରୁ ଭାଇକୁ ଫୋନ୍ କରିବା ପରେ ନଈକୁ ଡେଇଁଲେ ଯୁବତୀ। ଯୁବତୀଙ୍କ ପତ୍ତା ମିଳୁନଥିବା ବେଳେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ସୂଚନା ଅନୁସାରେ ଗେଲଟିଆ ଅଂଚଳର ଜଣେ ଯୁବତୀ ବାଇପାସ୍ ନିକଟ ରାଜଘାଟ ବ୍ରିଜ୍ ନିକଟକୁ ଆସିଥିଲେ। ବ୍ରିଜ୍ ଉପରେ ଥିବା ଜଣେ ଦୋକାନୀଙ୍କ ଫୋନ୍ରୁ ନିଜ ଭାଇଙ୍କୁ ଫୋନ୍ କରିଥିଲେ। କିଛି ସମୟ ପରେ ନଈକୁ ଡେଇଁ ପଡିଥିବା ସୂଚନା ଦେଇଛନ୍ତି ପ୍ରତ୍ୟକ୍ଷ ଦର୍ଶୀ। ଖବର ପାଇ ଭଦ୍ରକ ଟାଉନ୍ ପୁଲିସ୍ ପହଞ୍ଚିଥିବା ବେଳେ ଯୁବତୀଙ୍କ ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।