Home ଜିଲ୍ଲା ପରିକ୍ରମା ଦୁର୍ଘଟଣାରେ ମୃତ ସିଆରପିଏଫ୍ ଯବାନଙ୍କ ପରିବାରକୁ ସହକର୍ମୀଙ୍କ ସହାୟତା

ଦୁର୍ଘଟଣାରେ ମୃତ ସିଆରପିଏଫ୍ ଯବାନଙ୍କ ପରିବାରକୁ ସହକର୍ମୀଙ୍କ ସହାୟତା

3

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁର୍ଘଟଣାରେ ସିଆରପିଏଫ୍ ଯବାନ ଗୋପୀନାଥ ସୂତାରଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପାଖରେ ଛିଡ଼ା ହୋଇଛନ୍ତି ୨୦୦୭ ବ୍ୟାଚ୍‌ର ସହକର୍ମୀମାନେ। ଧାମନଗର ବ୍ଲକ କରଦା ଗ୍ରାମର ରତ୍ନାକର ସୂତାରଙ୍କ ପୁଅ ଗୋପୀନାଥଙ୍କ ପରିବାରକୁ ସହକର୍ମୀମାନେ ଭେଟି ଆର୍ôଥକ ସହାୟତା ପ୍ରଦାନ କରିବା ସହ ସରକାରୀ ପ୍ରାପ୍ୟ ଓ ପରିବାରର ଜଣଙ୍କୁ ଚାକିରି ଯୋଗାଇବା ଦିଗରେ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ଅନୁଯାୟୀ, ୪୨ ବର୍ଷୀୟ ଗୋପୀନାଥ ଚାକିରିରୁ ଛୁଟିରେ ଘରକୁ ଆସିଥିବାବେଳେ ଯାଜପୁରରେ ନିଜର ନୂତନ ଘର ନିର୍ମାଣ କାମ ଚାଲିଥିଲା। ଗତ ମାସ ୫ ତାରିଖ ସନ୍ଧ୍ୟାରେ ରଙ୍ଗପୁର ଛକରେ ରାଜମିସ୍ତ୍ରୀଙ୍କୁ ଅପେକ୍ଷା କରି ଛିଡ଼ା ହୋଇଥିବା ସମୟରେ ପଛପଟୁ ଆସିଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୋପୀନାଥଙ୍କ ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିଥିବାବେଳେ ଏଭଳି ସମୟରେ ସହକର୍ମୀମାନଙ୍କ ସହଯୋଗ ପରିବାରକୁ ଆଶ୍ୱସ୍ତି ଦେଇଛି। ସିଆରପିଏଫ୍‌ର ଆସିଷ୍ଟାଂଟ ସବ୍‌-ଇନ୍ସପେକ୍ଟର ସୁଶାନ୍ତ ମାଝୀ, ପବିତ୍ର କୁମାର ବେହେରା, ହେଡ୍ କନଷ୍ଟେବଳ ମିଲୁ ନାୟକଙ୍କ ସମେତ ଅନ୍ୟ ସହକର୍ମୀମାନେ ଉପସ୍ଥିତ ରହି ପରିବାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ସହ ସରକାରୀ ସୁବିଧା ଓ ପ୍ରାପ୍ୟ ପାଇବାରେ ସହାୟତା କରିବେ ବୋଲି ଆଶ୍ୱାସନା ଦେଇଥିଲେ। ସିଆରପିଏଫ୍ ୨୦୦୭ ବ୍ୟାଚ୍‌?ର ଯବାନମାନଙ୍କ ଏହି ସହାୟତା ଅନ୍ୟ ସହକର୍ମୀଙ୍କ ପାଇଁ ଉଦାହରଣ ପାଲଟିଛି। ଜଣେ ସହକର୍ମୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଆର୍ôଥକ ସହାୟତା ଦେବା ସହ ସରକାରୀ ସୁବିଧା ଓ ଚାକିରି ପାଇଁ ସହଯୋଗର ହାତ ବଢ଼ାଇବା ଅନ୍ୟ ଯବାନମାନଙ୍କୁ ମଧ୍ୟ ନିଜ ସହକର୍ମୀଙ୍କ ପରିବାରର ଦୁଃଖ ସମୟରେ ପାଖରେ ଛିଡ଼ା ହେବାକୁ ପ୍ରେରଣା ଯୋଗାଇବ। ଏହା ଯବାନମାନଙ୍କ ମଧ୍ୟରେ ଏକତା, ଭାଇଚାରା ଓ ପରସ୍ପର ପ୍ରତି ଥିବା ଦାୟିତ୍ୱବୋଧର ଏକ ଉଦାହରଣ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.