Home ଜିଲ୍ଲା ପରିକ୍ରମା ମୁକୁନ୍ଦଦେବ ସେତୁ ବିପଦ ସଂକୁଳ ଅବସ୍ଥାରେ, ଯାଜପୁର- ଭଦ୍ରକ ଯୋଗାଯୋଗ ବିଚ୍ଛିନ୍ନ ହୋଇପାରେ!

ମୁକୁନ୍ଦଦେବ ସେତୁ ବିପଦ ସଂକୁଳ ଅବସ୍ଥାରେ, ଯାଜପୁର- ଭଦ୍ରକ ଯୋଗାଯୋଗ ବିଚ୍ଛିନ୍ନ ହୋଇପାରେ!

23

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରଠାରୁ ରାଜ୍ୟ ସରକାର ଗ୍ରାମାଂଚଳର ବନ୍ଧବାଡ଼ ସୁଦୃଢିକରଣ ଓ ବିଭିନ୍ନ ଗ୍ରାମ ଏବଂ ସହରକୁ ଯୋଗଯୋଗ ପାଇଁ ସେତୁନିର୍ମାଣ କରାଯାଉଥିଲେ ମଧ୍ୟ କିଛିବର୍ଷ ପରେ ତାହାର ରକ୍ଷଣା ବେକ୍ଷଣ କରାନଯାଉଥିବାରୁ ସେଗୁଡ଼ିକ ଧିରେ ଧିରେ ଦୁର୍ବଳହେବକୁ ଯାଉଛି। ଧାମନଗର ବ୍ଳକର ଅନେକ ନଦୀରେ ନିର୍ମାଣ ହୋଇଥିବା ପୋଲ ଏବେ ଦୁର୍ବଳ ଅବସ୍ଥାରେ ଥିବାବେଳେ ତାହାର ମରାମତି ହେଉନାହିଁ। ୨୦୦୮ ମସିହାରେ ଷେଣ୍ଢପୁର ନିକଟସ୍ଥ ବୈତରଣୀ ନଦୀରେ ମୁକୁନ୍ଦଦେବ ସେତୁ ନାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପକ୍କାପୋଲକୁ ଶୀଳାନ୍ୟାସ କରିଥିଲେ। ଯାହାଫଳରେ ଯାଜପୁର ଓ ଭଦ୍ରକ ଜିଲ୍ଲା ମଧ୍ୟରେ ଯାତାୟତ କମ୍ ସମୟମଧ୍ୟରେ ହୋଇପାରିବ। ଏନେଇ ଏହିପୋଲଟି ନିର୍ମାଣ ହୋଇଥିଲା। ଦୀର୍ଘ ୧୪ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ପୋଲର ରକ୍ଷଣା ବେକ୍ଷଣ ଅଭାବରୁ ଧିରେ ଧିରେ ଦୁର୍ବଳ ହେଉଥିଲେ ମଧ୍ୟ ଗ୍ରାମ୍ୟଉନ୍ନୟନ ଓ ପୁର୍ତ୍ତ ବିଭାଗ ମରାମତି ନାଁ ଧରୁନି। ଏହି ପୋଲର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ସହିତ ବଡ଼ ବଡ଼ ଗାଡ଼ିଗଲେ ପୋଲର କମ୍ପନ ସୃଷ୍ଟି ହେଉଛି। ଅପରପକ୍ଷେ ଏହି ପୋଲର ନଦୀସଯ୍ୟାରେ ବେଆଇନ୍ ଭାବରେ ବାଲି ଉଠାଯାଇଥିବାରୁ ପୋଲର ଖୁଣ୍ଟ ମଧ୍ୟ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଲାଣି। ଛୋଟ ବଡ଼ ଗାଡ଼ି ଗଲେ ମଧ୍ୟ ଏପରିଭାବରେ ପୋଲ ଦୋହଲୁଛି ସାଧାରଣଲୋକ ଭୟଭିତ ହେଉଛନ୍ତି। ଏହି ପୋଲଉପରେ ଉଭୟ ଯାଜପୁର ଓ ଭଦ୍ରକ ଜିଲ୍ଳାର ଦୈନିକ ଶହ ଶହ ଲୋକ ଜାତାୟତ ସହ ଯାଜପୁର- ଭଦ୍ରକ ଜିଲ୍ଳାକୁ ବସ ମଧ୍ୟ ଚାଳୁଛି ଏବଂ ଅଳ୍ପସମୟ ମଧ୍ୟ ସାଧାରଣ ଲୋକଟିଏ ତା’ର କାର୍ଯ୍ୟ ସାରି ଫେରିଆସୁଛି। ହେଲେ ଏହି ବିପଦ ସଂକୁଳ ପୋଲ ଯଦି ଅବିଳମ୍ବେ ମରାମତି କରନଯାଏ କେତେବେଳେ କେଉଁ ମୁହୁର୍ତ୍ତରେ ପୋଲ ପ୍ରତି କ୍ଷତି ଘଟିବ ତାହା କହିହେବ ନାହିଁ। ସେହିପରି ପୋଲର ଯାଜପୁର ଜିଲ୍ଲା ପଟ କଟିକଟା ଠାରୁ ଝୁମ୍ପୁରି ପର୍ଯ୍ୟନ୍ତ ଆପ୍ରୋଜ ରୋର୍ଡ଼ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଫଳରେ ଉକ୍ତ ପୋଲଦେଇ ଯାଉଥିବା ବଡ଼ ବଡ଼ ଗାଡ଼ିଗୁଡ଼ିକ କଟିକଟା ପରିଡ଼ା ସାହି ଦେଇ ଯାଉଥିବାବେଳେ ସାମାନ୍ୟ କଥାରେ ଗାଡ଼ି ଗୁଡ଼ିକ ବନ୍ଦ କରିଦେଉଛନ୍ତି। ମାତ୍ର ଆପ୍ରୋଜରୋର୍ଡ଼ ନିର୍ମାଣ କରାଗଲେ ଆଉ ଛୋଟବଡ଼ ସମସ୍ୟା ରହିବ ନାହିଁ। ତୁରନ୍ତ ଏ ଦୀଗରେ ଉଚ୍ଚ ସ୍ତରୀୟ ବିଭାଗୀ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଦୁର୍ବଳ ମୁକୁନ୍ଦଦେବ ସେତୁକୁ ମରାମତି ଓ ରଙ୍ଗଦେବା ସହ ଆପ୍ରୋଜ ରୋର୍ଡ଼ ନିର୍ମାଣ କରିବା ପାଇଁ ସାଧାରଣ ଲୋକମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.