ହାଟଡିହି- ୨୨ /୭ (ଓଡ଼ିଆ ପୁଅ / ବିକାଶ ବିଶ୍ୱାଳ) ବିଦ୍ୟାଳୟର ଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ଶିକ୍ଷକଙ୍କୁ ମହାଙ୍ଗା ପଡିଲା। ଦୀର୍ଘ ୪ ଦିନର ବ୍ୟବଧାନ ପରେ ଆଜି ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଚିଠି ନଂ ୩୧୯୯ ତା ୨୨/୦୭/୨୦୨୨ରେ ତାଙ୍କୁ ନିଲମ୍ବିତ କରିବା ସହିତ ନିୟମିତ ବିଇଓଙ୍କ କାର୍ଯ୍ୟଳୟରେ ଉପସ୍ଥାନ ପକାଇବାକୁ ନିର୍ଦ୍ଦେଶ ଦେିଛନ୍ତି। ଏଠାରେ ସୁଚାଯୋଗ୍ୟ ଯେ, ବିଦ୍ୟାଳୟର ସହକାରୀ ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳ ବିଦ୍ୟାଳୟର ଛାତ୍ରୀମାନଙ୍କୁ କୋଳରେ ବସାଇବା, ଚୁମା (କିସ) ଦେବାକୁ ବାଧ୍ୟ କରିବା, ଆଇ ଲଭ ୟୁ ବୋଲି କୁହ ବୋଲି ବାଧ୍ୟ କରୁଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଥିଲେ। ଏପରି ଘଟଣା ବାରମ୍ବାର ହେବାପରେ ଛାତ୍ରୀମାନେ ଅଭିଭାବକ ମାନଙ୍କୁ ଜଣାଇବା ପରେ ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗତ ୧୮ ତାରିଖ ଦିନ ୩୦ରୁ ଉର୍ଦ୍ଧ୍ୱ ଅଭିଭାବକ ଓ ଗ୍ରାମବାସୀ ବିଦ୍ୟାଳୟ ନିକଟକୁ ଆସି ପ୍ରଧାନ ଶିକ୍ଷକଙ୍କୁ ଜଣାଇବା ସହିତ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ଏହାକୁନେଇ ଦୀର୍ଘ ସମୟ ଧରି ବିଦ୍ୟାଳୟରେ ଉତ୍ତେଜନା ଲାଗି ରହିଥିଲା। ବିଭିନ୍ନ ଗଣମାଧ୍ୟମରେ ଏ ଖବର ପ୍ରକାଶିତ ହେବାପରେ ବ୍ଲକ ଶିକ୍ଷା ଅଧିକାରୀ ଦୁଇଜଣ ଏବିଇଓଙ୍କୁ ପଠାଇ ଏହାର ତଦନ୍ତ କରିବା ସହିତ ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳ ଓ ପ୍ରଧାନ ଶିକ୍ଷକ ଶତୃଘ୍ନ ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ୨୨ତାରିଖ ସୁଧା ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଇଓ ଅଭୟ କୁମାର ବେହେରା ଆଜି ଅପରାହ୍ନରେ ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳଙ୍କୁ ତାଙ୍କ କାର୍ଯ୍ୟାଳୟ ଚିଠି ନଂ-୩୧୯୯ ତା ୨୨/୦୭/୨୦୨୨ରେ ନିଲମ୍ବନ କରିଛନ୍ତି।
Home ଓଡ଼ିଶା ଛାତ୍ରୀମାନଙ୍କୁ ଶିକ୍ଷକଙ୍କ ଅଶାଳୀନ ବ୍ୟବହାର ମହାଙ୍ଗା ପଡିଲା, ନିଲମ୍ବିତ ହେଲେ ରସିକିଆ ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳ