Home ଓଡ଼ିଶା ବଜ୍ରପାତ ନେଲା ଦୁଇ ଜୀବନ ବିଲରେ କାମ କରୁଥିବା ବେଳେ ଟଳି ପଡିଲେ ଦୁଇ ଚାଷୀ

ବଜ୍ରପାତ ନେଲା ଦୁଇ ଜୀବନ ବିଲରେ କାମ କରୁଥିବା ବେଳେ ଟଳି ପଡିଲେ ଦୁଇ ଚାଷୀ

41

ହାଟଡିହି-୨୨/୭: (ଓଡିଆ ପୁଅ/ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତର ବାହାରିପୁର ଗ୍ରାମରେ ଆଜି ଘଟିଯାଇଛି ଅଘଟଣ। ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଚାଲି ଯାଇଛି ଦୁଇ ଚାଷୀଙ୍କ ଜୀବନ। ସୂଚନାରୁ ଜଣାଯାଇଛି ଯେ ଏବେ ଭଲ ବର୍ଷା ଟିକେ ହେବାପରେ ବିଲରେ ଚାଷବାସ କାମ ଆରମ୍ଭ ହୋଇଯାଇଛି। ଆଜି ବାହାରିପୁର ଗ୍ରାମର ନୃଷିହଂ ଯେନା (୫୦) ଓ କାହ୍ନୁ ଯେନା (୪୮) ଆଜି ବିଲକୁ କାମ କରିବାକୁ ଯାଇଥିଲେ। ମଧ୍ୟାହ୍ନ ଗୋଟାଏ ବେଳେ ଅକସ୍ମାତ କଳା ହାଣ୍ଡିଆ ମେଘ ଉଠାଇ ଆସିବା ସହିତ ଜୋରରେ ବର୍ଷା ଓ ବିଜୁଳି ମାରିଥିଲା। ଏହି ବଜ୍ରାଘାତ ରେ ନୃଷିହଂ ଓ କାହ୍ନୁ ଦୁହେଁ ବିଲରେ ଟଳି ପଡିଥିଲେ। ପାଖ କିଆରୀରେ କାମ କରୁଥିବା ଅନ୍ୟ ଚାଷୀମାନେ ଦଉଡିଆସି ନୃଷିହଂ ଓ କାହ୍ନୁଙ୍କୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିବାବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ନନ୍ଦିପଦା ପୁଲିସ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ କରାଇ ଅଧିକ ତଦନ୍ତ ଚଳାଇଛି। ଉଭୟଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ଉଭୟ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.