ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଶ୍ଚିମ ଭଦ୍ରକ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଭଦ୍ରକ ବ୍ଲକ ରାନ୍ଦିଆ ରାମେଶ୍ୱର ମନ୍ଦିର ନିକଟସ୍ଥ ପରିଷଦ ଗୃହରେ ବରିଷ୍ଠମାନଙ୍କ ଉଦ୍ଦେଶ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଥିଲା। ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ଦୀକ୍ଷିତ ଏହାକୁ ଉଦ୍ଘାଟନ କରି ଚର୍ମରୋଗକୁ ହେୟଜ୍ଞାନ କରିବା ଉଚିତ ନୁହେଁ ବୋଲି ମତ ପ୍ରକଟ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ପରିଷଦର ଉପଦେଷ୍ଟା ଚିତ୍ତରଂଜନ ବରାଳ ସଭାପତିତ୍ୱ କରିଥିଲେ। ଏଥିରେ ସ୍ଥାନୀୟ ସରପଞ୍ଚ ସ୍ୱପ୍ନାରାଣି ରାଉତରାୟ, ଓଲଙ୍ଗ ସରପଞ୍ଚ ଅକ୍ଷୟ କୁମାର ମହାନ୍ତି, ପରିଷଦର ସଭାପତି ଆନନ୍ଦ ଚନ୍ଦ୍ର ଦୀକ୍ଷିତ, ସମ୍ପାଦକ ରାମଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ସ୍ୱାଇଁ, ବେଦାନ୍ତ କମ୍ପାନୀର ମାନବ ସମ୍ବଳ ଅଧିକାରୀ ପରିମିତା ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ନିଳାଦ୍ରୀ ବିଶ୍ୱାଳ, ସମାଜସେବୀ ରାଜୀବ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବରିଷ୍ଠମାନଙ୍କ ବହୁ ଅଭିଜ୍ଞ, ସେମାନଙ୍କ ଅଭିଜ୍ଞତାକୁ ପାଥେୟ କରି ଯୁବ ସମାଜ ଆଗକୁ ବାଟ ଚାଲିଲେ ବିପଦର ଆଶଙ୍କ କମ୍ ରହିବ ବୋଲି ମତ ପ୍ରକଟ କରିଥିଲେ।
ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ପ୍ରତି ମାସ ଅନୁଷ୍ଠିତ ହେବ। ଯେଉଁଥିରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମଦନ ମୋହନ ମହାପାତ୍ର, ଡାଇବେଟିସ୍ ବିଶେଷଜ୍ଞ ଡାକ୍ତର ଭାରତୀ େବେହେରା, ଶିଶୁରୋଗ ବିଶେଷଜ୍ଞ ଡା. ଶତ୍ରଘ୍ନ ହାତୀ, ଭେଷଜ ବିଶେଷଜ୍ଞ ଡାକ୍ତର ରବିନ୍ଦ୍ର କୁମାର ନାୟକ, ଆୟୁର୍ବେଦିକ ବିଶେଷଜ୍ଞ ଡାକ୍ତର ଅନିଲ କୁମାର ଦାଶ ପ୍ରମୁଖ ଯୋଗଦେବାର ସଦୟ ସ୍ୱୀକୃତି ପ୍ରଦାନ କରିଥିବା ପରିଷଦ ପକ୍ଷରୁ ସୂଚନା ଦିଆ ଯାଇଥିଲା। ଯୁଗ୍ମ ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ବାରିକ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କୋଷାଧ୍ୟକ୍ଷ ମୋହିନୀ ମୋହନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତିରୋଗ ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ପୃଷ୍ଟି ଏବଂ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ଦୀକ୍ଷିତ ୫୦ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ପରିଷଦ ପକ୍ଷରୁ ମାଗଣା ଔଷଦ ପିତରଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ପୂର୍ବତନ ସରପଞ୍ଚ ଦେବୀଦତ୍ତା ମହାନ୍ତି, ନିର୍ମଳ କୁମାର ବାରିକ, ବସନ୍ତ କୁମାର ମହାପାତ୍ର, କୃଷ୍ଣ ଚନ୍ଦ୍ର ରାଉଳ, ଭାବଗ୍ରାହୀ ଦାସ, ଦୋଳଗୋବିନ୍ଦ ଧଳ, ଅମିୟ କୁମାର ମହାପାତ୍ର, ରଜନୀକାନ୍ତ ସ୍ୱାଇଁ, ସୌମ୍ୟକାନ୍ତ ଉପାଧ୍ୟାୟ, କ୍ଷୀରୋଦ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।