Home ଜିଲ୍ଲା ପରିକ୍ରମା ପ୍ରଜ୍ଞାପୀଠରେ ୧୨୫ତମ ବାଞ୍ଛାନିଧି ଜୟନ୍ତୀ ପାଳିତ

ପ୍ରଜ୍ଞାପୀଠରେ ୧୨୫ତମ ବାଞ୍ଛାନିଧି ଜୟନ୍ତୀ ପାଳିତ

16

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟକବି ବାଞ୍ଛାନିଧି ମହାନ୍ତି ଥିଲେ ଭାରତୀୟ ଜାତୀୟ ମୁକ୍ତି ସଂଗ୍ରାମର ଜଣେ ମହାନ ଯୋଦ୍ଧା। ମହାତ୍ମା ଗାନ୍ଧୀ, ସୁବାସ ବୋଷ, ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଲୋକମାନଙ୍କ ମଧ୍ୟରେ ଉତ୍କଳୀୟ ଚେତନା ସହ ଜାତୀୟ ଚେତନା ସୃଷ୍ଟି କରିଥିଲେ ବୋଲି ପ୍ରଜ୍ଞାପୀଠ ଭଦ୍ରକଠାରେ ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ୧୨୫ତମ ବାଞ୍ଛାନିଧି ଜୟନ୍ତୀ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ‘ଆମେ’ର ସ୍ଥାୟୀ ସଭାପତି ନାଟ୍ୟନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ଏବଂ ପ୍ରତିଷ୍ଠାତା ସମ୍ପାଦକ ପ୍ରଫେସର ଅଟଳ ବିହାରୀ ନାୟକଙ୍କ ଆବାହକତ୍ୱରେ ଆୟୋଜିିତ ସଭାରେ ଅଧ୍ୟକ୍ଷତା କରିଥିଲେ ଭଦ୍ରକ ଦୌରାଜଜ୍ କୋର୍ଟର ବର୍ଷିୟାନ ଅଧିବକ୍ତା ଆଜୀବନ ସଂଗ୍ରାମୀ ନିରାକାର ଜେନା। ଆମନ୍ତ୍ରିତ ଅତିଥିମାନଙ୍କୁ ସଞ୍ଜୟ ଚକ୍ରବର୍ତ୍ତୀ, ଆଦ୍ୟାଶା ନାୟକ ଆରାଧ୍ୟା ନାୟକ, ଅନିକେତ ନାୟକ ପୁଷ୍ପଗୁ୍‌ଛ ଦେଇ ସ୍ୱାଗତ କରିଥିଲେ। ଅନୁଷ୍ଠିତ ଉତ୍ସବରେ ସ୍ତମ୍ଭକାର ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ସାହୁ, ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ବାରିକ, ସୁବାସ ଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ପ୍ରଶାନିକ ଅଧିକାରୀ ବିଦ୍ୟାଧର ପଲେଇ, ଆଡ୍‌ଭୋକେଟ ସନ୍ତୋଷ ମହାପାତ୍ର ପ୍ରମୁଖ ‘କବିତା କବିିତା’ରେ କିପରି ଜାତୀୟକବି ବାଞ୍ଛାନିଧି ଜନସାଧାରଣଙ୍କ ମନରେ ଜାତୀୟତା ଭାବ ଉଦ୍ରେକ କରାଇଥିଲେ ତାର ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦବାଲି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ବିଶିଷ୍ଟ ପାଲାଗାୟକ ତ୍ରିଲୋଚନ ପଣ୍ଡା, ଅଧ୍ୟାପକ ଅମିତ କୁମାର ନାୟକ, ଅଧ୍ୟାପିକା ସ୍ୱାଗତିକା ସାହୁ, ରମାକାନ୍ତ ପଣ୍ଡା, ଡ. ଅବନି ପ୍ରଧାନ, ଆଡଭୋକେଟ ଅନଙ୍ଗ ମଞ୍ଜରୀ ନାୟକ, କୈଳାସ ଜେନା, ସୁବଳ ଚନ୍ଦ୍ର ସିଂହ, କୁମାର ଅରୂପାନନ୍ଦ, ରଜତ ସାହୁ ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.