Home Top News ଦେଶର ସୁରକ୍ଷା ସ୍ଥିତି ସମୀକ୍ଷା କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଦେଶର ସୁରକ୍ଷା ସ୍ଥିତି ସମୀକ୍ଷା କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

38

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତି ସମୀକ୍ଷା କରିଛନ୍ତି। ସେ ମଧ୍ୟ ଦେଶ ପ୍ରତି ରହିଥିବା ସମ୍ଭାବ୍ୟ ସୁରକ୍ଷା ଆହ୍ୱାନ ଗୁଡ଼ିକର ମୁକାବିଲା ପାଇଁ ବିଭିନ୍ନ ଅଂଶୀଦାର ମାନଙ୍କ ସହିତ ବିଚାରବିମର୍ଶ କରିଥିଲେ। ଦେଶର ପ୍ରମୁଖ ସୁରକ୍ଷା ଏଜେନ୍ସି ଗୁଡ଼ିକର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ବିଶେଷ କରି ବିଭିନ୍ନ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ, ସେନା ବାହିନୀର ଗୁଇନ୍ଦା ବିଭାଗ, ରାଜସ୍ୱ ଓ ଆର୍ଥିକ ଗୁଇନ୍ଦା ସଂସ୍ଥାର ବରିଷ୍ଠ ଅଧିକାରୀ ମାନେ ବୈଠକରେ ଯୋଗ ଦେଇଥିଲେ। ଏତଦବ୍ୟତୀତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପୁଲିସ୍ ମହାନିର୍ଦ୍ଦେଶକ ମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ।ଆତଙ୍କବାଦ ଓ ବିଶ୍ୱ ଆତଙ୍କବାଦୀ ଗୋଷ୍ଠୀ, ଆତଙ୍କବାଦକୁ ପାଣ୍ଠି ଯୋଗାଣ, ନିଶାଦ୍ରବ୍ୟ କାରବାର, ସଂଗଠିତ ଅପରାଧ- ଆତଙ୍କବାଦ ମଧ୍ୟରେ ରହିଥିବା ସମ୍ପର୍କ, ସାଇବର କ୍ଷେତ୍ରର ବେଆଇନ ଉପଯୋଗ, ବିଦେଶୀ ଆତଙ୍କବାଦୀଙ୍କ ଗତିବିଧି ଆଦି ବିପଦ ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଆତଙ୍କବାଦ ମୁକାବିଲା ଏବଂ ସୁରକ୍ଷା ଆହ୍ୱାନର ପରିଦୃଶ୍ୟ କ୍ରମାଗତ ଭାବେ ବଦଳି ଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ଏଜେନ୍ସି ଗୁଡ଼ିକ ମଧ୍ୟରେ ଉନ୍ନତ ସମନ୍ୱୟ ଏବଂ ସହଭାଗିତା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁତ୍ୱାରୋପ କରିଥିଲେ।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.