Home Top News ପୁରୀ ଜିଲ୍ଲାରେ ୧୫ ରୁ ୧୮ ବର୍ଷ କିଶୋରକିଶୋରୀମାନଙ୍କୁ କୋଭିଡ ଟୀକାକରଣ ଶୁଭାରମ୍ଭ

ପୁରୀ ଜିଲ୍ଲାରେ ୧୫ ରୁ ୧୮ ବର୍ଷ କିଶୋରକିଶୋରୀମାନଙ୍କୁ କୋଭିଡ ଟୀକାକରଣ ଶୁଭାରମ୍ଭ

29

ପୁରୀ ୩ -୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲାରେ ୧୫ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ କିଶୋରମାନଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଛି। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା କମଳା ଦେବୀ ମାତୃ ମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାରେ ଏହି ବୟସ ବର୍ଗରେ ୯୦ ହଜାର ୯୬୧ ଜଣ ଥିବାବେଳେ ସେମାନଙ୍କୁ କୋଭାକ୍ସିନ ଟୀକା ପ୍ରଦାନ କରାଯାଉଛି। ଆସନ୍ତା ଏକ ମାସ ମଧ୍ୟରେ ଏହି ବୟସ ବର୍ଗର ସମସ୍ତଙ୍କୁ ଟୀକା ଦିଆଯିବା ଲକ୍ଷ ରଖାଯାଇଛି। ଆଜି ପାଇ ଅନଲାଇନରେ ୪ ହଜାର ୩ ଶହ ଜଣଙ୍କ ପାଇଁ ସ୍ଲଟ ବୁକିଂର ବ୍ୟବସ୍ଥା ଥିବା ବେଳେ ତିନି ହଜାର ୩୬୮ ଜଣ ଟୀକା ନେଇଥିବା ଜଣାପଡିଛି। ଉଭୟ ଅନଲାଇନ ସ୍ଲଟ ବୁକିଂ କରିଥିବା କିମ୍ବା ସିଧାସଳଖ ଭାବେ ଟୀକାକରଣ କେନ୍ଦ୍ରକୁ ଆସୁଥିବା କିଶୋର ମାନଙ୍କୁ ମଧ୍ୟ ଟୀକା ଦିଆଯିବା ବ୍ୟବସ୍ଥା କରାଯାଇଛି। ଟୀକାକରଣ କେନ୍ଦ୍ରକୁ ଆଧାର କାର୍ଡ କିମ୍ବା ବିଦ୍ୟାଳୟ ପରିଚୟ ପତ୍ର ଆଣିବାକୁ କିଶୋର ମାନଙ୍କୁ ପରାମର୍ଶ ଦିଆଯାଇଛି। ପ୍ରାଥମିକ ଭାବେ ଜିଲ୍ଲାର ୧୧ଟି ବ୍ଲକ ସହ ପୁରୀ ସହରର କମଳାଦେବୀ ମାତୃମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ର, ଚନ୍ଦନ ହଜୁରୀ ଓ ସ୍ବର୍ଗଦ୍ଵାର ସହାରଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡିଲେ ସ୍ବତନ୍ତ୍ର ଅଭିଯାନ ସହାୟତାରେ ଏହି ବର୍ଗରେ ଶତ ପ୍ରତିଶତ ଟୀକାକରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଣବ ଶଙ୍କର ଦାଶ, ଡିପିଏମ୍ ଟି. ନାରାୟଣ ରାଓ, ଡିଡିଏମ୍ ଶ୍ରୀ ସୁଦାମ ମହାରଣା, ଶ୍ରୀ ପ୍ରଶାନ୍ତ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.