Home ଓଡ଼ିଶା ରଣପୁର ବ୍ଲକର ପ୍ରଥମ  ୫ଟି ଉଚ୍ଚ ବିଦ୍ୟାଳୟ ବିଧାୟକଙ୍କ ଦ୍ୱାରା ଉଦଘାଟିତ

ରଣପୁର ବ୍ଲକର ପ୍ରଥମ  ୫ଟି ଉଚ୍ଚ ବିଦ୍ୟାଳୟ ବିଧାୟକଙ୍କ ଦ୍ୱାରା ଉଦଘାଟିତ

35

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୪/୦୧- ରାଜ୍ୟରେ ପାରମ୍ପରିକ ଶିକ୍ଷା ବ୍ୟବସ୍ଥା ରେ ଉନ୍ନତି ଆଣିବାପାଇଁ ରାଜ୍ୟ ସରକାର ୫ଟି ଯୋଜନାରେ ଉଚ୍ଚ ବିଦ୍ୟାଳୟ ଗୁଡିକୁ ପରିବର୍ତ୍ତିତ କରିଛନ୍ତି । ଏହି ଯୋଜନାରେ ନୟାଗଡ ଜିଲ୍ଲାର ରଣପୁର ବ୍ଲକର ୧୫ ଗୋଟି ଉଚ୍ଚ ବିଦ୍ୟାଳୟ ପରିବର୍ତ୍ତିତ ହେବା ପାଇଁ କାର୍ଯ୍ୟ ଯୋରଦାର ଚାଲିଛି । ଜାନୁଆରୀ ୪ ତାରିଖରେ ପ୍ରଥମ କରି ଶୁଭ ଦେଇଥିବା ଡମସାହି ଉଚ୍ଚ ବିଦ୍ୟାଳୟକୁ ଉଦଘାଟନ କରିଥିବା ଜଣାପଡିଛି । ଶ୍ରେଣୀଗୃହ ଠାରୁ ଆରମ୍ଭ କରି ଲାଇବ୍ରେରି ସହ ନୂତନ ପଦ୍ଧତିରେ ଶିକ୍ଷାଦାନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଅଛି । ଏହି ଉଚ୍ଚ ବିଦ୍ୟାଳୟରେ ଡମସାହି ଓ ରଙ୍କଦେଉଳି ଗ୍ରାମପଞ୍ଚାୟତର ଛାତ୍ର ଛାତ୍ରୀ ମାନେ ନୂତନ ପଦ୍ଧତିରେ ଶିକ୍ଷା ଗ୍ରହଣକରି ନିଜର ଭବିଷ୍ୟତ ଉନ୍ନତି କରିପାରିବେ । ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି ।

ଏଥିରେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର , ରଣପୁର ବ୍ଲକ ଅଧ୍ୟକ୍ଷା ନିରୂପମା ପ୍ରଧାନ , ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ , ପ୍ରଭାତ କୁମାର ଦଳବେହେରା , ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ , ପାଣ୍ଡବ ସେଠୀ , ପଟିଆ ସରପଞ୍ଚ ପ୍ରଭାତ କୁମାର ସାହୁ , ଡମସାହି ସରପଞ୍ଚ ହରିହର ହରିଚନ୍ଦନ , କନ୍ଧନୟାଗଡ ସରପଞ୍ଚ ଅରୁଣ କୁମାର ସୁବୁଦ୍ଧି ଙ୍କ ବହୁ ନେତା ନେତ୍ରୀ ଯୋଗ ଦେଇଥିଲେ । ଏହା ବ୍ୟତିତ ଡମସାହି ଗ୍ରାମପଞ୍ଚାୟତର ଅନ୍ୟ ୧୫ ଗୋଟି ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରିଥିବା ଜଣାପଡିଛି ।  ଏହି ଉଦଘାଟନି ଉତ୍ସବ ରେ ୨ ହଜାର କର୍ମୀଙ୍କୁ ନେଇ ଡମସାହି ନିକଟ ଆମ୍ବତୋଟା ରେ ଏକ ସଭା କରାଯାଇଥିଲା । ୫ ଟି ଉଚ୍ଚ ବିଦ୍ୟାଳୟ ଉଦଘାଟନ ଯୋଗୁଁ ଅଂଚଳର ଛାତ୍ରଛାତ୍ରୀ ମାନେ ଉନ୍ନତି କରିପାରିବେ ବୋଲି ଅଂଚଳ ବାସୀ ଆଶା ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.