ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାସ୍ତାପାଶ୍ୱର୍ ଦୋକାନୀ ସଂଘ ପକ୍ଷରୁ ନବବର୍ଷ ଅବସରରେ ଏକ ନୂତନ କାର୍ଯ୍ୟାଳୟ ବନ୍ତଛକ ନିକଟରେ ଉଦ୍ଘାଟନ କରିଛନ୍ତି ସିଟୁ ନେତା ଦିବ୍ୟସିଂହ ନାୟକ ଓ ରାଧା ଦାସ । ଏବଂ ଶ୍ରୀ ନାୟକ ଓ ଶ୍ରୀ ଦାସଙ୍କ ସମେତ ଶତାଧିକ ଦୋକାନୀ ସରକାର ରାସ୍ତା ପାଶ୍ୱର୍ ଦୋକାନୀମାନଙ୍କୁ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରାଯାଇ ସେମାନଙ୍କୁ ଥଇଥାନ କରିବା ପୂର୍ବରୁ ସେମାନଙ୍କୁ ଉଚ୍ଛେଦ ନକରିବାକୁ ଦାବୀ କରିଛନ୍ତି । ସେମାନେ ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ଦୈନିକ ୧୦ ଟଙ୍କା ଦେଉଛନ୍ତି ଏବଂ ତାଙ୍କ ପରିବାର କରୋନା ଜନିତ ଦୁଃଖରେ ଦିନ କାଟୁଥିବାବେଳେ ସେମାନଙ୍କୁ ଥଇଥାନ ନକରି ଉଚ୍ଛେଦ କରିଲେ ସଂଘ ତରଫରୁ ଆଗାମୀ ଦିନରେ ଦୃଢ ଭାବେ ପ୍ରତିବାଦ କରିବାକୁ ଆହ୍ୱାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଦମ ଖାନ୍, ମଣ୍ଟୁ ମୁଣ୍ଡା, ସେକ୍ ସତରୁଦ୍ଦି, ସେକ୍ ଅସରଫ, ମିନାଜ ଖାଁ, ମିଲନ ମଣ୍ଡଳ, ରତିକାନ୍ତ ବଳ, ଦିଲ୍ଲୀପ ସାହୁ, ସେକ୍ ଅନୁ, ଭୁଟୁ ମୁଣ୍ଡା, ମିର ସେର ଅଲ୍ଲୀ, ସେକ୍ ଗୋଲାମ, ବୁଗଦାଡ ଖାଁ, ଶ୍ରୀକାନ୍ତ ମଲ୍ଲିକ, ଶମ୍ଭୁନାଥ ସାହୁ, ସେକ୍ ଏକ୍ରାମ, ସୁଲତାନ ଖାଁ, ଗୋଲାମ ମହମ୍ମଦ ଖାଁ ଓ ସେକ୍ ଅଲତାଫ ପ୍ରମୁଖ ଶତାଧିକ ଦୋକାନୀ ସାମିଲ ଥିଲେ ।