Home କେନ୍ଦୁଝର ୧୫ରୁ ୧୮ବର୍ଷ ଟୀକାକରଣ ଆରମ୍ଭ

୧୫ରୁ ୧୮ବର୍ଷ ଟୀକାକରଣ ଆରମ୍ଭ

81

ହାଟଡିହି-୩ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫ରୁ ୧୮ବର୍ଷର ଟୀକା କରଣ ଆରମ୍ଭ ହୋଇଛି । ବିପିଏମ ଚନ୍ଦନ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟଚିକିତ୍ସା ଅଧିକାରୀ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ, ଡାକ୍ତର ସଂଗ୍ରାମ ବ୍ରହ୍ମ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । କରୋନା ଓ ଓମିକ୍ରମ ଭାରିଆଣ୍ଟରୁ ରକ୍ଷା ପାଇବାପାଇଁ ଏହି ଟୀକା ବେଶ ଉପଯୋଗୀ ହେବ ଏବଂ ୧୫ରୁ ୧୮ବର୍ଷର ସମସ୍ତ ପିଲାମାନେ ତୁରନ୍ତ ଏହି ଟୀକା ନେବା ଉଚିତ ବୋଲି ଡାକ୍ତର ନାୟକ ମତବ୍ୟକ୍ତ କରିଥିଲେ । କୋଭାକ୍ସିନି ଟୀକା କେବଳ ଏହି ବର୍ଗ ବୟସର ପିଲାମାନଙ୍କୁ ଦିଆଯାଉଛି ଏବଂ ଏହାର ଦ୍ୱିତୀୟ ଡୋଜ ଟୀକା ୨୮ରୁ ୪୬ଦିନ ଭିତରେ ନେଇ ପାରିବେ ବୋଲି ଡାକ୍ତର ନାୟକ ସୁଚନା ଦେଇଥିଲେ । ପ୍ରଥମ ଦିନରେ ଶାଳଣିଆଁରେ ୫୨୮ଜଣ, ଟୁକୁଣାପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୮୦ଜଣ, ହାଟଡିହି ସ୍ୱାସ୍ଥ୍ୟକେନ୍ଦ୍ରରେ ୨୨୩ଜଣ, ସୋସୋ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୨୨ଜଣଙ୍କୁ ଏହି ଟୀକା ଦିଆଯାଇଛି । ଅଧିକ ପରିମାଣର ଟୀକା ଓ ସିରିଞ୍ଜ ଆସିଲେ ଟୀକାକରଣକୁ ଅଧିକ କ୍ରୀୟାଶୀଳ କରାଯିବାକୁ ଲକ୍ଷ ରଖାଯାଇଛି ବୋଲି ବିପିଏମ ଚନ୍ଦନ କୁମାର ସାହୁ ସୁଚନା ଦେଇଛନ୍ତି । ଶାଳଣିଆଁରେ ନର୍ସିଂ ଅଫିସର ସଙ୍ଗୀତା ସାହୁ, ଜ୍ୟୋତି ରେଖା ପହି, ସ୍ୱାସ୍ଥ୍ୟକର୍ମୀ ସୁଶାନ୍ତ ଘଡେଇ, ରତିକାନ୍ତ ପଣ୍ଡା, ହାଟଡିହିରେ ଏଲଏଚଭି ନିରୁପମା ଦାଶ, ମଧୁସୁଦନ ସାମଲ, ଟୁକୁଣାରେ ଭାଗିରଥି ଦାଶ, ବାସନ୍ତୀ କେଶୀ, ସୋସୋରେ ଶ୍ରୀକାନ୍ତ ପଣ୍ଡା, ବିଡିଏମ ପ୍ରଦୀପ ଦାଶ, ପ୍ରମୁଖ ଟୀକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.