ଭୁବନେଶ୍ୱର ୨୯-୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇଏଲ୍ଏସ୍ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ କୁ ବୃଦ୍ଧି ପାଇଛି।
ଏହି ନୂଆ ଓମିକ୍ରନ୍ ଆକ୍ରାନ୍ତ ଜଣଙ୍କ ନିକଟରେ ୟୁଏଇରୁ ଫେରିଥିଲେ ବୋଲି ଜଣାପଡ଼ିଛି।
ତାଙ୍କର ବୟସ ୩୧ ବର୍ଷ ହୋଇଥିବାବେଳେ ଘର କେନ୍ଦୁଝର ବୋଲି ଜଣାପଡିଛି। ଗତ ୨୧ ତାରିଖରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ରାଜ୍ୟର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ନାଇଜେରିଆ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ଜଣକ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡ଼ିଛି।