କୋରାପୁଟ ୬-୧୨(ଓଡିଆ ପୁଅ/ରଂଜନ ଦାସ) କୋରାପୁଟ ଜିଲ୍ଲାର ସହରାଂଚଳ ମାନଙ୍କରେ ରାତ୍ରୀ କାଳୀନ କର୍ଫ୍ୟୁ ଆରମ୍ଭ କରାଯାଇଛି । ଏ ନେଇ ପୋଲିସ ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯିବା ସହ କୋଭିଡଗାଇଡ ଲାଇନ ମାନିବାକୁ ସଚେତନ କରାଯାଉଛି । ରାତି ୧୦ଟା ଠାରୁ ସକାଳ ୫ଘଂଟା ଯାଏ ବଳବତର ରହିବାକୁ ଥିବାବେଳେ ସୁନାବେଡା,କୋରାପୁଟ,ଜୟପୁର ପୌରାଂଚଳ ଏବଂ କୋଟପାଡ ବିଜ୍ଞାପିତ ଅଂଚଳ ପରିଷଦରେ ସୀମିତ ରଖାଯାଇଛି । ନାଇଟ କର୍ଫ୍ୟୁ ନିୟମ ଖୀଲାପ କରିବା କିମ୍ବା କୋଭିଡ ଗାଇଡ ଲାଇନ ନମାନିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ ସୂଚନା ଦେଇଛନ୍ତି ।