Home କୋରାପୁଟ କୋରାପୁଟ ସହରାଂଚଳରେ ନାଇଟ କର୍ଫ୍ୟୁ

କୋରାପୁଟ ସହରାଂଚଳରେ ନାଇଟ କର୍ଫ୍ୟୁ

93

କୋରାପୁଟ ୬-୧୨(ଓଡିଆ ପୁଅ/ରଂଜନ ଦାସ) କୋରାପୁଟ ଜିଲ୍ଲାର  ସହରାଂଚଳ ମାନଙ୍କରେ ରାତ୍ରୀ କାଳୀନ କର୍ଫ୍ୟୁ  ଆରମ୍ଭ କରାଯାଇଛି । ଏ ନେଇ ପୋଲିସ ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯିବା ସହ  କୋଭିଡଗାଇଡ ଲାଇନ ମାନିବାକୁ ସଚେତନ  କରାଯାଉଛି । ରାତି ୧୦ଟା ଠାରୁ ସକାଳ ୫ଘଂଟା ଯାଏ  ବଳବତର ରହିବାକୁ ଥିବାବେଳେ ସୁନାବେଡା,କୋରାପୁଟ,ଜୟପୁର ପୌରାଂଚଳ ଏବଂ  କୋଟପାଡ  ବିଜ୍ଞାପିତ ଅଂଚଳ ପରିଷଦରେ ସୀମିତ ରଖାଯାଇଛି । ନାଇଟ କର୍ଫ୍ୟୁ ନିୟମ ଖୀଲାପ କରିବା କିମ୍ବା କୋଭିଡ ଗାଇଡ ଲାଇନ ନମାନିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ  ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.