ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୧୧- ସାରା ରାଜ୍ୟରେ ଓଡିଶା ସରକାର ନିଯୁକ୍ତି ମେଳା କୁ ପ୍ରାଧାନ୍ୟ ଦେଉଥିବା ବେଳେ ସେହିଥିରୁ ବାଦ୍ ପଡିନି ନୟାଗଡ ଜିଲ୍ଲା ରଣପୁର ବ୍ଲକ । ରଣପୁର ବ୍ଲକ ଜୀବିକା ମିଶନ୍ ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା । ଏଥିରେ ୬ ଗୋଟି ଉଦ୍ୟୋଗ ଯୋଗ ଦେଇଥିଲେ । ୨୨୦ ଜଣ ଆବେଦନକାରୀ ଅଂଶ ଗ୍ରହଣ କରିଥିଲେ ।
ଏକ ବୈଠକ କରାଯାଇଥିଲା । ଏହି ବୈଠକରେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର , ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ରତନ ଲାଲ ଲୋହରା, ଅବିନାଶ ଜେନା , କେଳୁ ଚରଣ ସେଠୀ , ଶୁଶ୍ରୀ ସଙ୍ଗିତା ଦାସ ଓ ଝୁନାରାଣୀ ମିଶ୍ର ଯୋଗ ଦେଇଥିଲେ । ଏଥିରେ ୧୬୨ ଜଣ ଆବେଦନକାରୀ ଙ୍କୁ ଗ୍ରହଣ କରିଥିବା ଜଣାପଡିଛି ।