Home ଓଡ଼ିଶା ରଣପୁର ରେ ଅଦିନିଆ ଲଗାଣ ବର୍ଷାରେ ଧାନ ଫସଲ କ୍ଷତିକୁ ନେଇ କୃଷକଙ୍କ ବିକ୍ଷୋଭ

ରଣପୁର ରେ ଅଦିନିଆ ଲଗାଣ ବର୍ଷାରେ ଧାନ ଫସଲ କ୍ଷତିକୁ ନେଇ କୃଷକଙ୍କ ବିକ୍ଷୋଭ

33

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୧୧- ନୟାଗଡ ଜିଲ୍ଲା ରଣପୁର ତହସିଲ ଅଂଚଳରେ ଧାନଚାଷୀ ମାନଙ୍କର ବ୍ୟାପକ କ୍ଷୟକ୍ଷତି  ଘଟିଛି । କ୍ଷୟକ୍ଷତି ଆକଳନରେ ବିଳମ୍ବନେଇ ଜନ ଅସନ୍ତୋଷ ବ୍ୟାପିଥିଲା । ଯାହାର ପ୍ରତିଫଳନ ହୋଇଛି ନଭେମ୍ବର ୨୨ ତାରିଖ ମଧ୍ୟାନ୍ନରେ । କୃଷକ ମାନେ ରଣପୁର ପଞ୍ଚୁଦୋଳ ପଡିଆ ରଘୁଦିବାକର ମଣ୍ଡପରେ ଏକଜୁଟ୍ ହୋଇ ଏକ ଶୋଭାଯାତ୍ରାରେ ରଣପୁର ତହସିଲ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ତହସିଲ ପ୍ରଶାସନ କ୍ଷୟକ୍ଷତି ଆକଳନ ପାଇଁ କଣ କରିଛି ବୋଲି ପ୍ରଶ୍ନ କରିଥିଲେ ଅତିରିକ୍ତ ତହସିଲଦାର  ଚନ୍ଦ୍ରଶେଖର ବାରିକ ଉତ୍ତର ଦେଇ କହିଥିଲେ ଯେ ରାଜସ୍ୱ ଅଧିକାରୀ ମାନେ କ୍ଷୟକ୍ଷତିର ଆକଳନ କରିଛନ୍ତି ।

ନୟାଗଡ ଜିଲ୍ଲାପାଳ ଙ୍କ ନିର୍ଦେଶକ୍ରମେ  କୃଷି ବିଭାଗକୁ ନେଇ ଏକ କମିଟି ଗଠନ କରାଯାଇଅଛି । କମିଟିର ରିପୋର୍ଟ ଆସିବାପରେ ଜିଲ୍ଲାପାଳ ଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ଏହି କୃଷକମାନେ ଗଦାଧର ପ୍ରଧାନ , ନିତ୍ୟାନନ୍ଦ ପରିଡା ଓ ବୁଲୁ ମହାନ୍ତି ଙ୍କ ନେତୃତ୍ୱରେ  ତହସିଲ ଅଫିସ୍ ଆଗରେ ବିକ୍ଷୋଭ କରିଥିଲେ । ଆଗାମୀ ଦୀନରେ କୃଷକ ମାନେ କ୍ଷୟକ୍ଷତି ନପାଇଲେ  ଆନ୍ଦୋଳନ  ତିବ୍ରତର ହେବ ବୋଲି ଚେତାବନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.