Home ଓଡ଼ିଶା ଅବକାରୀ ଚଢାଉ ରେ ମହିଳା ଙ୍କ ସମେତ ୨ ଗିରଫ

ଅବକାରୀ ଚଢାଉ ରେ ମହିଳା ଙ୍କ ସମେତ ୨ ଗିରଫ

36

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୧୦- ନୟାଗଡ ଜିଲ୍ଲା ରଣପୁର ଅବକାରୀ ଥାନା ଅଂଚଳ ରେ କୋଭିଡ୍ କଟକଣା ସମୟ ରୁ ଚୋରା ମଦ ବେପାର ବଢିଯାଇଥିବା ଯୋଗୁଁ ସରକାର ବିପୁଳ ରାଜସ୍ୱ ହରାଉଛନ୍ତି । ଯାହାକୁ ନେଇ ନୟାଗଡ ଅବକାରୀ ଆରକ୍ଷୀ ଅଧିକ୍ଷକ ଦିବ୍ୟକିଶୋର ଟଣ୍ଡନ ଘୋର ଉଦବେଗ ପ୍ରକାଶ କରିଛନ୍ତି । ତେଣୁ ରଣପୁର ଅଂଚଳ ରୁ ଚୋରା ମଦ କାରବାର କୁ ରୋକିବା ପାଇଁ ଏକ ସ୍ୱତନ୍ତ୍ର ଅବକାରୀ ଧରପଗଡ ଦଳ ଗଠନ କରିଛନ୍ତି । ଏହି ସ୍ୱତନ୍ତ୍ର ଅବକାରୀ ଦଳ ର ନିରୀକ୍ଷକ ନବସ୍ମିତା ନାୟକ ଙ୍କ ସହ ଅନ୍ୟମାନେ  ରଣପୁର ମୟୁରଝାଲିଆ ଓ ହରିପୁର ଗ୍ରାମ ରେ ଅକ୍ଟୋବର ୨୨ ତାରିଖ ବିଳମ୍ବିତ ସଂନ୍ଧ୍ୟା ରେ ଚଢାଉ କରିଥିଲେ ।

ମୟୁରଝାଲିଆ ଗ୍ରାମରୁ ଚୋରା ମଦ ବିକ୍ରି କରିବା ଅଭିଯୋଗ ରେ ଜୟକୃଷ୍ଣ ପ୍ରଧାନ ନାମକ ଜଣେ ଯୁବକ  କୁ ଗିରଫ କରିବା ସହ ତା ଠାରୁ ୬୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିଥିବା ଜଣାପଡିଛି । ସେହିଭଳି ଭାବରେ ନିକଟସ୍ଥ ହରିପୁର ଗ୍ରାମରେ ଚଢାଉ କରି ମଦ ବିକ୍ରୟ ଅଭିଯୋଗ ରେ ଲୋଭା ମହାନ୍ତି ନାମକ ଜଣେ ମହିଳା ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୧୭ ଲିଟର ଚୋରା ବିଦେଶୀ ମଦ ଓ ୨୫ ଲିଟର ହାତରନ୍ଧା ଦେଶୀ ମଦ ଜବତ କରିଥିବା ଜଣାପଡିଛି । ଉଭୟ ଙ୍କୁ ଅବକାରୀ ଥାନା ପୋଲିସ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.