Home କୋରାପୁଟ  ବିଜେପି ମହିଳା ମୋର୍ଚ୍ଚାର କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ଘେରାଉ

 ବିଜେପି ମହିଳା ମୋର୍ଚ୍ଚାର କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ଘେରାଉ

38

କୋରାପୁଟ ୨୩-୧୦(ଓଡିଆ ପୁଅ /ରଂଜନ ଦାସ)କଳାହାଣ୍ଡିର ଶିକ୍ଷୟତ୍ରୀ ମମିତା ମେହେରଙ୍କ  ହତ୍ୟାକାଣ୍ଡ ପ୍ରତିବାଦରେ କୋରାପୁଟ ଜିଲ୍ଲା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସଦସ୍ୟାମାନେ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଜିଲ୍ଲା ସଭାନେତ୍ରୀ ସଂଯୁକ୍ତା ସେଠୀ ଅଭିଯୋଗ କରିବା ସହ ତାଙ୍କୁ  ଗିରଫ ଓ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ସେ ଦାବି କରିଛନ୍ତି ।କୋରାପୁଟ ଜଗନ୍ନାଥ ମନ୍ଦିର ଛକରୁ ମହିଳା ସଦସ୍ୟାମାନେ ଏକ ଶୋଭାଯାତ୍ରାରେ ଏସପିଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଏଥିରେ ପୂର୍ଣ୍ଣିମା ନାୟକ,ସରଭି ପାଣି ,ସ୍ୱାତୀ ହୋତା,ମନ୍ଦାକିନୀ ପାଇକ,ସୀମା କରଣ,ସୁରମା ନାୟକ,ସାବିତ୍ରୀ ବେହେରା,ଏନ.ଶତ୍ରୁଶଲ୍ୟ ପ୍ରମୁଖଙ୍କ ସହ ଜି.ସଂଜିବ କୁମାର ଓ ଭଗିରଥି ପାଟନିଆ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.