Home ଓଡ଼ିଶା ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ବିରୁଦ୍ଧ ରେ ସିପିଆଇ(ଏମ୍‌) ର ବିକ୍ଷୋଭ

ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ବିରୁଦ୍ଧ ରେ ସିପିଆଇ(ଏମ୍‌) ର ବିକ୍ଷୋଭ

65

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୧୦-  ସାରା ରାଜ୍ୟ ରେ ମହିଳା ହତ୍ୟା ନାରୀ ନିର୍ଯ୍ୟାତନା  ବଢିଚାଲିବା ଯୋଗୁଁ ବିରୋଧି ଆନ୍ଦୋଳନ ବ୍ୟାପକ କରିଥିବା ଜଣାପଡିଛି । ସେଥିରୁ ବାଦ୍ ପଡିନି ରଣପୁର ସିପିଆଇ (ଏମ୍‌) ଦଳ । ବଲାଙ୍ଗିରି ରେ ଘଟିଥିବା ମମିତା ମେହେର ହତ୍ୟା ର ନିରପେକ୍ଷ ତଦନ୍ତ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ  ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର ଦାବୀ ସହ ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ରଣପୁର ସିପିଆଇ (ଏମ୍‌) ଦଳ ତରଫରୁ ପଥପ୍ରାନ୍ତ ସଭା କରାଯାଇଥିବା ଜଣାପଡିଛି ।

ରଣପୁର ର ବିଭିନ୍ନ ଛକ ଓ ରଣପୁର ଥାନା ସାମ୍ନା ରେ ପ୍ରତିବାଦ ସଭା କରାଯାଇଥିବା ଜଣାପଡିଛି । ଏଥିରେ ଦଳ ର ବରିଷ୍ଠ ନେତା ହରିଶ୍ଚନ୍ଦ୍ର ମିଶ୍ର , ସୁସିଲ୍ ମହାନ୍ତି , ଧୁଶାଃସନ ଜେନା ,  ନିତ୍ୟାନନ୍ଦ ପରିଡା , ସୁରେଶ ସ୍ୱାଇଁ , ସଂଜୁକ୍ତା ସେଠୀ , ପୁର୍ଣ୍ଣିମା ମହାପାତ୍ର ଆଦି ବହୁ ନାରୀ ନେତ୍ରୀ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅପରାଧି ମାନଙ୍କୁ ଦୃଷ୍ଟାନ୍ତ ମୁଳକ ଦଣ୍ଡ ସହ ମୃତ ମମିତା ମେହେର ପରିବାର କୁ ୧ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବୀ କରି ରଣପୁର ରେ ଗଣ ପ୍ରତିବାଦ ପଥପ୍ରାନ୍ତ ସଭା କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.