କୋରାପୁଟ୨୨-୧୦(ଓଡିଆ ପୁଅ /ରଂଜନ ଦାସ) ପାଡୁଆ ଥାନା ଗୋଡିପୁଟ ଗ୍ରାମ ନିକଟରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ୧୫ ଏକର ଜମିରେ ବେଆଇନ ଭାବେ ଚାଷ କରା ଯାଇଥିବା ଗଞେଇ ଗଛ କଟାଯାଇଛି । ଜଲାପୁଟ ଜଳ ଭଣ୍ଡାର ଦ୍ୱାରା ବିଚ୍ଛିନାଂଚଳ ଭାବେ ଥିବା ଗୋଡିପୁଟ ଗ୍ରାମ ନିକଟ ୧୫ ଏକର ଜମିରେ କେହି ବେଆଇନଭାବେ ଗଞେଇ ଚାଷ କରିଥିବା ଜଣା ପଡିଥିଲା । ସହକାରୀ ଜିଲ୍ଲାପାଳ ତପନ କୁମାର ନାୟକଙ୍କ ଉପସ୍ଥିତିରେ ନନ୍ଦପୁର ଏସଡିପିଓ ସଂଜୟ କୁମାର ମହାପାତ୍ର,କୋରାପୁଟ ଅବୂକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ ଓ ପାଡୁଆ ଥାନା ଅଧିକାରୀ ସରୋଜ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଶୁକ୍ରବାର ପୂର୍ବାହ୍ନରେ ଉକ୍ତ ସ୍ଥାନରେ ଚଢାଉ କରା ଯାଇ ୧୫ ଏକର ଜମିରେ ଲଗା ଯାଇଥିବା ୧୮ ହଜାର ୩୨୫ ଟି ଗଞେଇ ଗଛ କଟାଯାଇଥିବା ଜଣାପଡିଛି । ଏହି ଚଢାଉରେ ଡିଏଫଏସ ଇନସପେକ୍ଟର ଦିଲ୍ଲୀପ କୁମାର ରଥ,ସବ-ଇନସପେକ୍ଟର ଖଗେଶ୍ୱର କୋଟ୍ଟା,ନନ୍ଦପୁର ଅବକାରୀ ଓଆଇସି ତ୍ରିନାଥ ଚିନ୍ତାଡା,ଅବକାରୀ ଏଏସଆଇ ଅରୋପଲକ ଦାଶ, ପ୍ରତିମା ବେହେରା,କନେଷ୍ଟବଲ ତ୍ରିଲୋଚନା ରାୟଚେଟ୍ଟୀ,ପ୍ରଶାନ୍ତ ନାୟକ,ରାମଚନ୍ଦ୍ର ଗୌଡ,ସବିତା ପୂଜାରୀଙ୍କ ସମେତ ଏପିଆର ଫୋର୍ସ ଓ ଅନ୍ୟମାନେ ସାମିଲ ହୋଇଥିଲେ ।