Home କୋରାପୁଟ   ଗୋଡିପୁଟରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୧୫ ଏକର ଗଞେଇ ଗଛ କଟାଗଲା

  ଗୋଡିପୁଟରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୧୫ ଏକର ଗଞେଇ ଗଛ କଟାଗଲା

33

କୋରାପୁଟ୨୨-୧୦(ଓଡିଆ ପୁଅ /ରଂଜନ ଦାସ) ପାଡୁଆ ଥାନା  ଗୋଡିପୁଟ ଗ୍ରାମ ନିକଟରେ  ପୋଲିସ ଓ  ଅବକାରୀ ବିଭାଗ  ମିଳିତ ଭାବେ ଚଢାଉ କରି  ୧୫ ଏକର ଜମିରେ ବେଆଇନ ଭାବେ ଚାଷ କରା ଯାଇଥିବା ଗଞେଇ ଗଛ କଟାଯାଇଛି ।  ଜଲାପୁଟ ଜଳ ଭଣ୍ଡାର ଦ୍ୱାରା ବିଚ୍ଛିନାଂଚଳ ଭାବେ  ଥିବା ଗୋଡିପୁଟ ଗ୍ରାମ ନିକଟ  ୧୫ ଏକର ଜମିରେ  କେହି  ବେଆଇନଭାବେ  ଗଞେଇ   ଚାଷ କରିଥିବା  ଜଣା ପଡିଥିଲା । ସହକାରୀ ଜିଲ୍ଲାପାଳ  ତପନ କୁମାର ନାୟକଙ୍କ ଉପସ୍ଥିତିରେ  ନନ୍ଦପୁର ଏସଡିପିଓ ସଂଜୟ କୁମାର ମହାପାତ୍ର,କୋରାପୁଟ ଅବୂକାରୀ ନିରୀକ୍ଷକ  ପ୍ରମୋଦ କୁମାର ବାଣୁଆ ଓ  ପାଡୁଆ ଥାନା ଅଧିକାରୀ  ସରୋଜ କୁମାର ମଲ୍ଲିକଙ୍କ  ନେତୃତ୍ୱରେ ଶୁକ୍ରବାର ପୂର୍ବାହ୍ନରେ ଉକ୍ତ ସ୍ଥାନରେ ଚଢାଉ କରା ଯାଇ ୧୫ ଏକର ଜମିରେ  ଲଗା ଯାଇଥିବା  ୧୮ ହଜାର ୩୨୫ ଟି ଗଞେଇ  ଗଛ କଟାଯାଇଥିବା ଜଣାପଡିଛି । ଏହି ଚଢାଉରେ  ଡିଏଫଏସ ଇନସପେକ୍ଟର ଦିଲ୍ଲୀପ କୁମାର ରଥ,ସବ-ଇନସପେକ୍ଟର ଖଗେଶ୍ୱର କୋଟ୍ଟା,ନନ୍ଦପୁର ଅବକାରୀ ଓଆଇସି ତ୍ରିନାଥ ଚିନ୍ତାଡା,ଅବକାରୀ ଏଏସଆଇ  ଅରୋପଲକ ଦାଶ, ପ୍ରତିମା ବେହେରା,କନେଷ୍ଟବଲ ତ୍ରିଲୋଚନା ରାୟଚେଟ୍ଟୀ,ପ୍ରଶାନ୍ତ ନାୟକ,ରାମଚନ୍ଦ୍ର ଗୌଡ,ସବିତା ପୂଜାରୀଙ୍କ ସମେତ ଏପିଆର ଫୋର୍ସ ଓ ଅନ୍ୟମାନେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.