Home Top News ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବିରେ ବାଣିବିହାର ଛକଠାରେ ପ୍ରଦେଶ ଛାତ୍ର...

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବିରେ ବାଣିବିହାର ଛକଠାରେ ପ୍ରଦେଶ ଛାତ୍ର କଂଗ୍ରେସର ବିକ୍ଷୋଭ ଓ ରାସ୍ତାରୋକ

71

ଭୁବନେଶ୍ୱର ୨୧.୧୦ (ଓଡ଼ିଆ ପୁଅ) – ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ବାଣିବିହାର ଛକଠାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବିରେ ବାଣିବିହାର ଗ୍ଲାସ କ୍ୟାଂଟିନ ଛାତ୍ର ସଂସଦ କାର୍ଯ୍ୟାଳୟ ଠାରୁ ଛାତ୍ର କଂଗ୍ରେସ ଓ ବାଣିବିହାର ବିଶ୍ୱବିଦ୍ୟାଳୟ ଛାତ୍ରମାନେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାଣିବିହାର ଛକ ପର୍ଯ୍ୟନ୍ତ ଆସି ମୁଖ୍ୟ ରାଜରାସ୍ତାକୁ ଦୁଇଘଂଟା ଧରି ଅବରୋଧ କରିଥିଲେ। ସେଠାରେ ଟାୟାର ଜାଳି ପ୍ରତିବାଦ କରାଯାଇଥିଲା। ୟାସିର ନୱାଜ ଓ ଅନ୍ୟ ଛାତ୍ରନେତା ମାନଙ୍କୁ ପୋଲିସ ଘଟଣାସ୍ଥଳରୁ ଗିରଫ କରି ଅଟକ ରଖିଥିଲା ଏବଂ ପରେ ଛାଡ଼ିଦେଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଗୃହ ଓ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଅପରାଧକୁ ଘଂଟ ଘୋଡାଉଛନ୍ତି। ନବୀନ ବାବୁଙ୍କ ମା’କୁ ସମ୍ମାନ ଆହ୍ୱାନ ପ୍ରତାରଣାରେ ପରିଣତ ହୋଇଛି। ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେରର ଅପହରଣ ଓ ହତ୍ୟା ଘଟଣା ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ସିଧାସଳଖ ସଂପୃକ୍ତି ରହିଛି। ମନ୍ତ୍ରୀ ସ୍କୁଲରେ ରାତ୍ରୀଯାପନ କରନ୍ତି ବୋଲି ଅଭିଯୋଗ ହେଉଛି! ଅପରାଧୀ ଗୋବିନ୍ଦ ସାହୁୂଙ୍କୁ ଥାନା କଷ୍ଟୋଡିରୁ ମନ୍ତ୍ରୀଙ୍କ ଚାପରେ ଖସାଇ ଦିଆଗଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିସ୍କାର ଏବଂ ଗିରଫ କରାନଗଲେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ବେବିନା, ଇତିଶ୍ରୀ, ମାଦବୀଲତା, କୁନ୍ଦୁଲି ଛାତ୍ରୀ ସୁସ୍ମିତା, ସ୍ମିତାରାଣୀ, ପରି ଏବଂ ଏବେ ମମିତାଙ୍କ ପାଳି ପଡ଼ିଛି। ନବୀନ ଶାସନରେ ନାରୀ ଅସୁରକ୍ଷିତ। ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ବହିସ୍କାର ଏବଂ ଗିରଫ କରାନଗଲେ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ନୱାଜ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ଅରମାନ ଜେନା, ନିହାର ବେହେରା, ରଞ୍ଜିତ ପାତ୍ର, ଅଖିଳେଶ ଯାଦବ, ସଂକୁନା କହଁର, ରଞ୍ଜିତ ସେନାପତି, ବାବୁ ଜେନା, ସାଗର ପଟ୍ଟନାୟକ, ମହମ୍ମଦ ଗୁଲଫାମ, କାତିକେଶ୍ୱର କାଣ୍ଡି, ବିଶ୍ୱଭୂଷଣ ମହାପାତ୍ର, ଅବିନାଶ ନନ୍ଦ, ଭାଗ୍ୟଶ୍ରୀ ମହାନ୍ତି, ନିତେଶ ବେହେରା, ସାହାରୁଖ ଖାନ, ସନ୍ଦିପ ରାଉତରାୟ, ପ୍ରତ୍ୟୁଷ ପ୍ରଧାନ, ପ୍ରତ୍ୟୁଷ କହଁର, ସାମୁଉଲ ହକ, ସୂର୍ଯ୍ୟକାନ୍ତ ସାହୁ, ସଞ୍ଜିବ ରାଉତ, ଅହମ୍ମଦ ଖାନ, ରିଆଜ ଉଦ୍ଦିନ, ଆରିୟାସ ସାସମଲ, ରିଆଜୁଲ ଇସ୍‌ଲାମ, ରାକେଶ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.