Home ଜିଲ୍ଲା ପରିକ୍ରମା ୬୨ତମ ଶହୀଦ ସ୍ମୃତି ଦିବସ ପାଳିତ

୬୨ତମ ଶହୀଦ ସ୍ମୃତି ଦିବସ ପାଳିତ

44

ନୟାଗଡ଼, ୨୧ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୁଲିସ ତାଲିମ ପଡ଼ିଆ ଠାରେ ଜିଲ୍ଲା ପୁଲିସ ପକ୍ଷରୁ ୬୨ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶହୀଦ ସ୍ମୃତି ସ୍ତମ୍ଭରେ ପୁଷ୍ପ ମାଲ୍ୟର୍ପଣ କରାଯାଇ ବୀର ପୁଲିସ କର୍ମଚାରୀ ଓ ପୁଲିସ ଅଧିକାରୀମାନଙ୍କ ନିଷ୍ଠା, ତ୍ୟାଗ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରାଯାଇଥିଲା। ଏଥିପାଇଁ ଆୟୋଜିତ ପ୍ୟାରେଡ଼ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାଧୁରୀ ସାମଲ ଅଭିବାଦନ ଗ୍ରହଣ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକଙ୍କ ସମେତ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀମାନେ ଏଥିରେ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.