ହାଟଡ଼ିହି, ୨୧ /୧୦ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ବଜାରରେ ଦୀର୍ଘବର୍ଷ ଧରି ବ୍ୟବସାୟ କରିଆସୁଥିବା ଶରତ କୁମାର ଯାଦବ(୪୫)ଙ୍କ ପରଲୋକ ହୋଇଯାଇଛି । ସେ କିଛିଦିନ ହେଲା ଲିଭର ଦଣ୍ଡିସି ରୋଗରେ ପିଡିତ ହୋଇ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହେବାପରେ ଶାଳଣିଆଁକୁ ଫେରିଥିଲେ । ଏହି ଅବସରରେ ସେ ନିଜଜନ୍ମସ୍ଥାନ ବିହାରକୁ ବୁଲିବାକୁ ଯାଇଥିବାବେଳେ ପୁନର୍ବାର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପାଟଣା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କର ପରଲୋକ ଘଟିଛି । ସେ ଜଣେ ଆମାୟିକ, ପରୋପକାରୀ, ଶାନ୍ତ ସରଳ ବ୍ୟକ୍ତି ଥିବାବେଳେ ଏ ଅଞ୍ଚଳର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ଥିଲେ । ତାଙ୍କ ପରଲୋକରେ ସମଗ୍ର ଶାଳଣିଆଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ମହାବୀର ବଜାର କମିଟି ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇ ଏକ ଶୋକସଭା କରାଯିବା ସହିତ ତାଙ୍କର ଅବର ଆତ୍ମାର ସଦଗତି କାମନା କରିଛନ୍ତି ।