Home କେନ୍ଦୁଝର ସିଦ୍ଧଗୁମ୍ଫାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ଦାବି

ସିଦ୍ଧଗୁମ୍ଫାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ଦାବି

37

ହାଟଡ଼ିହି, ୨୧ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମପଞ୍ଚାୟତର ସବୁଜ ସୁନ୍ଦର ପ୍ରାକୃତିକ ମନୋଲୋଭା ପରିବେଶ ପରିପୁର୍ଣ୍ଣ ଗୋବର୍ଦ୍ଧନ ପର୍ବତର ପଶ୍ଚିମ ଦିଗରେ ଥିବା ବହୁ ପୁରାତନ ସିଦ୍ଧଗୁମ୍ଫା ମଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାପାଇଁ ଦାବି ହୋଇଛି । ଏହି ସିଦ୍ଧଗୁମ୍ଫା ମଠ ଆଧ୍ୟାତ୍ମିକ କ୍ଷେତ୍ର ଭାବେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଉତ୍ତର ଓଡିଶା ପାଇଁ ପ୍ରସିଦ୍ଧି ଲାଭ କରିଛି । ପ୍ରତିବର୍ଷ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ, ପର୍ଯ୍ୟଟକ, ଆଧ୍ୟାତ୍ମିକ ସାଧୁସନ୍ଥ, ସାହିତ୍ୟିକ, ଲେଖକ, ଗବେଶକ, ପରିବେଶବିତ ମାନେ ଏହାର ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରିବା ସହିତ କବିମାନେ ଏହା ଉପରେ ଅନେକ କବିତାମାନ ଲେଖିଛନ୍ତି । ବିଶେଷକରି ମକର ସଂକ୍ରାନ୍ତିରେ ଏଠାରେ ୭ଦିନ ଧରି ମେଳା ବସୁଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସି ଏହାର କଂସା କବାଟ ଭିତରେ ଥିବା ଠାକୁରଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥାନ୍ତି । ସେହିପରି ବଣଭୋଜି ପାଇଁ ଏହା ଏକ ପ୍ରକୃଷ୍ଟସ୍ଥାନ ହୋଇଥିବାରୁ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଛାତ୍ରଛାତ୍ରୀ ଓ ପର୍ଯ୍ୟଟକମାନେ ଏଠାରେ ବଣଭୋଜି କରି ଖୁସି ମନାଇଥାନ୍ତି । ସେଥିପାଇଁ ଏହି ସ୍ଥାନଟିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇ ଏହାର ବିକାଶ କରାଗଲେ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ଏହା ସ୍ଥାନ ପାଇପାରନ୍ତା ବୋଲି ଗ୍ରୀନ ଓଡିଶାର ସମ୍ପାଦକ ସୌମ୍ୟ ରଞ୍ଜନ ବେହେରା ଦାବି କରିଛନ୍ତି । ଏନେଇ ପୁର୍ବରୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଦାବିପତ୍ର ଦିଆଯାଇଥିବାବେଳେ ଗତକାଲି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି । ବିଧାୟକ ଶ୍ରୀଯୁକ୍ତ ସେଠୀ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ମତି ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.