Home କେନ୍ଦୁଝର ମରୈଗାଁ ବଜାରରେ ମୁଦୁଆଙ୍କ ଦୌରାତ୍ମ୍ୟ ବୃଦ୍ଧି

ମରୈଗାଁ ବଜାରରେ ମୁଦୁଆଙ୍କ ଦୌରାତ୍ମ୍ୟ ବୃଦ୍ଧି

29

ହାଟଡ଼ିହି, ୧୯ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମରୈଗାଁ ବଜାରରେ ମଦୁଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବା ସହ ଚୋରା ମଦବେପାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବଜାରରେ ଅରାଜକତା ଦେଖାଦେଉଥିବା ଅଭିଯୋଗ ହୋଇଛି । ଏନେଇ ଆଜି ବରିଷ୍ଠ ନାଗରିକ ଓ ବଜାର କମିଟି ପକ୍ଷରୁ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁସାରେ ବଜାରରେ ଗତ କିଛିଦିନ ହେଲା ମଦୁଆଙ୍କ ଉତ୍ପାତ ବୃଦ୍ଧି ପାଇଛି । କିଛି ମଦୁଆ ନିୟମିତ ମଦ୍ୟପାନ କରି ସ୍କୁଲ କଲେଜ ଯାଉଥିବା ଛାତ୍ରୀମାନଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରୁôତବାବେଳେ କେହି ଦୋକାନୀ ଯଦି ଏହାକୁ ବିରୋଧ କରୁଛି ତାଙ୍କୁ ଧମକ ଚମକ ଦିଆଯାଇ ତାର ଦୋକାନକୁ ବନ୍ଦ କରିଦିଆଯାଉଛି । ଫଳରେ ସ୍କୁଲ କଲେଜ ଯାଉଥିବା ଛାତ୍ରୀମାନେ ଭୟଭିତ ହୋଇ ପଡୁଛନ୍ତି । ସେହିପରି କିଛି ଚୋରା ମଦ ବ୍ୟବସାୟୀ ଖୁଲାମଖୁଲା ମଦ ବିକ୍ରୀ କରୁଥିବାରୁ ମଦୁଆମାନେ ସେଠାରେ ଆଡା ଜମାଇ ବଜାରରେ ଅରାଜକତା ସୃଷ୍ଟି କରୁଛନ୍ତି । ଥାନା ଠାରୁ ମାତ୍ର ଶହେ ମିଟର ଦୁରରେ ବଜାରଟି ଥିଲେ ମଧ୍ୟ ପୁଲିସ ଏଥିପ୍ରତି ସମ୍ପୁର୍ଣ୍ଣ ଆଖି ବୁଜି ଦେଉଛି । ଗୋଟିଏବି ଦିନ ଚୋରା ମଦବ୍ୟବସାୟରେ ରୋକ ଲଗାଇବା ପାଇଁ ପଦକ୍ଷେପ ନେଉ ନାହିଁ । ଏଣୁ ନନ୍ଦିପଦା ପୁଲିସ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ବଜାର କମିଟିର ସଭାପତି ଚତୁର୍ଭୁଜ ଶଙ୍ଖୁଆ, ସମ୍ପାଦକ ସୁଦାମ ଚରଣ ଜେନା, ଅନନ୍ତ ଦାଶ, ବସନ୍ତ କୁମାର ସାହୁ, ନିର୍ମଳ ଚନ୍ଦ୍ର ବାରିକ, ମଦନ ମୋହନ ଜେନା, ଧନେଶ୍ୱର ଘଡେଇ, ବିନୋଦ କୁମାର ଜେନା, ପୁଷ୍ପକ ନାୟକ, ଅମର କୁମାର ସେଠୀ, ସୌମ୍ୟ ପ୍ରକାଶ ରାଉତ, ସନ୍ତୋଷ କୁମାର ସା ପ୍ରମୁଖ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.