Home ଜିଲ୍ଲା ପରିକ୍ରମା ଦେଶର ସ୍ୱାଧୀନତା ସଂଗ୍ରାମରେ ଭଦ୍ରକ ଭୂମିର ଅବଦାନ ଅତୁଳନୀୟ, ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ...

ଦେଶର ସ୍ୱାଧୀନତା ସଂଗ୍ରାମରେ ଭଦ୍ରକ ଭୂମିର ଅବଦାନ ଅତୁଳନୀୟ, ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟା

0

ଭଦ୍ରକ, ୯ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭୂମି ତ୍ୟାଗ,ତିତିକ୍ଷା, ସଂଗ୍ରାମ ଓ ବଳିଦାନର ଭୂମି ଏବଂ ଦେଶର ସ୍ୱାଧୀନତା ସଂଗ୍ରାମ ପୃଷ୍ଠାରେ ଭଦ୍ରକ ସୁବର୍ଣ୍ଣ ସ୍ୱାକ୍ଷର ରଚିଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟ କବି ବାଞ୍ଛାନିଧି ମହାନ୍ତି ଭଳି ଅମର କବି ଯେପରି ଜାତୀୟବାଦୀ ସଂଗୀତର ସାରସ୍ୱତ ଝଙ୍କାର ତୋଳି ସ୍ୱାଧୀନତା ସଂଗ୍ରାମକୁ ତେଜିୟାନ କରିଥିଲେ ସେପରି ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ, ମହମ୍ମଦ ହନିଫ୍‌, ନିତ୍ୟାନନ୍ଦ ମହାପାତ୍ର, ଗୌରାଙ୍ଗ ଚନ୍ଦ୍ର ମହାନ୍ତି, କମଳା ପ୍ରସାଦ କର ,ସର୍ଦ୍ଦାର ମୁରଲୀଧର ପଣ୍ଡା, ବୈଷ୍ଣବ ଚରଣ ନାୟକ, ମୁରଲୀଧର ଜେନା ପ୍ରମୁଖ ସଂଗ୍ରାମୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଯାହାଫଳରେ ଏହି ଭୂମିରେ ମହିଳା ଶହୀଦ ପରି ବେୱା ଓ ବାଳକ ଶହୀଦ ବିଜୁଳି ଦାସ ସହ ଅଠତିରିଶ ଜଣ ଶହୀଦ ହୋଇଥିଲେ ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଆୟୋଜିତ ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ଷଷ୍ଠ ସଂନ୍ଧ୍ୟାକୁ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ସ୍ମତିରେ ଉତ୍ସର୍ଗ କରାଯାଇଥିଲା ଏବଂ ଉକ୍ତ ସନ୍ଧ୍ୟାରେ “ସ୍ୱାଧୀନତା ସଂଗ୍ରାମରେ ଭଦ୍ରକର ଭୂମିକା’ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। ମହୋତ୍ସବ ଓ ପୁସ୍ତକ ମେଳାର ଆବାହକ ଅଧ୍ୟାପକ ନୀହାର ରଞ୍ଜନ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ବାସୁଦେବପୁରର ବିଧାୟକ ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ଆନ୍ଦୋଳନରେ ଭଦ୍ରକ ଭୂମିକା ଉପରେ ଆଲୋକପାତ କରିଥିଲେ। ଉତ୍କଳ ସାମ୍ବାଦିକ ସଂଘ, ଓଡ଼ିଶା, ଭୁବନେଶ୍ୱରର ସଭାପତି ବିଭୂତି ଭୂଷଣ କର, ମୁଖ୍ୟ ବକ୍ତା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷା ଓ ସଂସ୍କୃତି ସଙ୍ଗଠକ ଦୁଃଶାସନ ରାଉତ, ବିଶିଷ୍ଟ ଅତିଥି, ରୋଟାରିଆନ୍ ପ୍ରଦୀପ କୁମାର ଦାସ, ପୋଷ୍ଟ ମାଷ୍ଟର ତଥା ଶିଶୁ ସାହିତ୍ୟିକ ଦୟାନିଧି ବେହେରା, ସଂଗଠନର ସାଂସ୍କୃତିକ ସମ୍ପାଦିକା ତଥା ଉତ୍ସବ ଡ୍ୟାନ୍ସ କ୍ରିଏଟିଭ , ଭଦ୍ରକର ନିର୍ଦ୍ଦେଶିକା ରିଚିସ୍ମିତା ମହାନ୍ତି ପ୍ରମୁଖ ବରେଣ୍ୟ ଅତିଥି ଏବଂ ଡ୍ରିମସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସ୍କୁଲ, ଭଦ୍ରକର ଅଧ୍ୟକ୍ଷ ପ୍ରତାପ କୁମାର ସାହୁ ସମ୍ମାନନୀୟ ବକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟ ବକ୍ତା ବିଭୂତି ଭୂଷଣ କରଙ୍କୁ ମହୋତ୍ସବ ଓ ପୁସ୍ତକ ମେଳା ସମ୍ମାନ ପ୍ରଦାନ କରାଯାଇଥିଲା। ମହୋତ୍ସବର ସମ୍ପାଦକ ରବି ନାରାୟଣ ଖିଲାର ଅତିଥିମାନଙ୍କୁ ମଞ୍ଚ ନିମନ୍ତ୍ରଣ ସହ ଅତିଥି ପରିଚୟ , ସଭାପତି ଇଂ.ଅଭୟ ସୂତାର ସ୍ୱାଗତ ଭାଷଣ ଓ ଉପସଭାପତି ବାବୁଲାଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ରାମ ନାରାୟଣ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଏବଂ ସଂଗଠନ ସମ୍ପାଦକ ନାରାୟଣ ଚନ୍ଦ୍ର ପାଢ଼ୀ, ଉପସଭାପତି ଜାନକୀ ପାଢ଼ୀ,ସହ ସମ୍ପାଦିକା ଅନିତା ରାୟ , ମନୋରମା ରାୟ,ଓ ଚୈତାଳି ଖିଲାର ପ୍ରମୁଖ ମଞ୍ଚ ଓ ଉତ୍ସବ ପରିଚାଳନା କରିଥିଲେ। ଭୂମିକନ୍ୟା ମହିଳା ସଂଗଠନ ଆନୁକୁଲ୍ୟରେ ଛାତ୍ର ଛାତ୍ରୀଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ସଭାନେତ୍ରୀ ସଂଯୁକ୍ତା ବଳ, ସମ୍ପାଦିକା ଦମୟନ୍ତୀ ରାଉତ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାରଣା , ଗୁରୁମା ଭାରତୀ ବାଇ ଓ ଅନିତା ରାୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉତ୍ସବ ଡ୍ୟାନ୍ସ କ୍ରିଏଟିଭ , ଭଦ୍ରକର କଳାକାରମନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.