Home ଜିଲ୍ଲା ପରିକ୍ରମା ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ବୈଠକ, ଜିଲ୍ଲାର ସମସ୍ତ ପଂଚାୟତ ସଦରମହକୁମାକୁ ଜନ୍ତର ମନ୍ତର କରିବାକୁ...

ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ବୈଠକ, ଜିଲ୍ଲାର ସମସ୍ତ ପଂଚାୟତ ସଦରମହକୁମାକୁ ଜନ୍ତର ମନ୍ତର କରିବାକୁ ନିଷ୍ପତି

0

ଭଦ୍ରକ, ୯ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଓ ଗିରଫ କର,ମୁଖ୍ୟ ନିର୍ବାଚନ କମିଶନର ଚୟନ କମିଟିରେ ଆମ ଦେଶର ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଙ୍କୁ ସାମିଲ କର, ଭୋଟଚୋରି ର ସର୍ଦ୍ଦାର ନରେନ୍ଦ୍ର ମୋଦି ଗାଦି ଛାଡ, ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଆଣ, ଜନବିରୋଧି ଏସ୍ ଆଇ ଆର ବାତିଲ କର, ଇଭିଏମ ହଟାଇ ବାଲାଟ ପେପର ରେ ଭୋଟ କର, ସମ୍ବିଧାନ ର ସୁରକ୍ଷା କର, ଗଣତନ୍ତ୍ରର ସୁରକ୍ଷା କର, ଭାରତବାସୀ ଙ୍କ ଭୋଟ ଅଧିକାର ସୁରକ୍ଷା କର, ଭଦ୍ରକ ଜିଲ୍ଲାରେ ବନ୍ୟା ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୩୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କର, ଜିଲ୍ଲାର ସମସ୍ତ ବନ୍ୟା ପ୍ରପୀଡିତ ଜନସାଧାରଣଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କର, ବନ୍ୟା ବାତ୍ୟା ଓ ମରୁଡି ର ସ୍ଥାୟୀ ପ୍ରତିକାର ପାଇଁ ବ୍ୟବସ୍ଥା ଗ୍ରହଣ କର, ବୈତରଣୀ ନଦୀର ଧାମନଗର ପଟେ ଏସକେପ ଗୁଡିକର ଉଚ୍ଚତା ବୃଦ୍ଧି କର, ବୈତରଣୀ ନଦୀର ଶାଖା ନଦୀ କାଣି ନଦୀର ଉପର ମୁଣ୍ଡରେ ନୂତନ ଭାବେ ତିଆରି ହୋଇଥିବା ପଥର ପ୍ୟକିଂ କୁ ଖାଲି କର, ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ କର,ରାସନ କାର୍ଡ୍ ରୁ ବଂଚିତ ସମସ୍ତ ପରିବାରକୁ ରେସନ କାର୍ଡ ପ୍ରଦାନ କର ଆଦି ଦାବି ନେଇ ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତ ସଦରମହକୁମା କୁ ଜନ୍ତର ମନ୍ତର ରେ ପରିଣତ କରିବାକୁ ସିପିଆଇ(ଏମ) ଜିଲ୍ଲା କମିଟି ବୈଠକରେ ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ ଓ ରାଜ୍ୟ କମିଟି ସଭ୍ୟ ନିର୍ମଳ ନାୟକ ଯୋଗଦେଇ ଆହ୍ୱାନ ଜଣାଇଛନ୍ତି ।ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିକଟରେ ବ୍ରାଜିଲ୍ ଓ ବୁଲଗେରିଆ ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି କ୍ଷମତା ଦଖଲ କରିଥିବାରୁ ବ୍ରାଜିଲ୍ ଓ ବୁଲଗେରିଆ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଯାଇଥିଲା । ବର୍ଲିନ, ଲଣ୍ଡନ ଆଦି ମହାନଗରୀରେ କମ୍ୟୁନିଷ୍ଟ ପ୍ରାର୍ଥୀ ମାନେ ମେୟର ଭାବେ ନିର୍ବାଚିତ ହୋଇଥିବାରୁ ଜିଲ୍ଲା କମିଟି ପକ୍ଷରୁ ନିର୍ବାଚିତ ନେତୃତ୍ୱ ଙ୍କୁ ଅଭିନନ୍ଦନ ଜଣାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ଲୋକାଲ ବଡି ନିର୍ବାଚନରେ ସିପିଆଇ(ଏମ)ର ବିଜୟୀ ଜିଲ୍ଲା ପରିଷଦ ଓ ସରପଞ୍ଚ ମାନଙ୍କୁ ଶୁଭେଚ୍ଛା ଜଣାଯାଇଥିଲା । ଆମ ରାଜ୍ୟର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆ କୁ ଆନ୍ଧ୍ରପ୍ରଦେଶ ସରକାର ଦଖଲ କରିବା ପାଇଁ କରୁଥିବା ଘଟଣାରେ ମୋଦି ସରକାର ଗ୍ରହଣ କରୁଥିବା ଦୋମୁହାଁ ନୀତି କୁ ବୈଠକରେ ତୀବ୍ର ବିରୋଧ କରାଯାଇଥିଲା ।ଏହି ବୈଠକରେ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ରାଧାନାଥ ଦାସ, ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ମଳୟ ଭୋଇ, କାଳନ୍ଦୀ ପାତ୍ର,ଗିରିଧାରୀ ନାଥ, ସେକ୍ ସନାଉଲ୍ଲା, ସୁରଜିତା ନାୟକ ପ୍ରମୁଖ ଅଂଶଗ୍ରହଣ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ବିରୁଦ୍ଧରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.