Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ପାଳିତହେଲା ମା ଗଜଲକ୍ଷ୍‌ମୀ ଙ୍କ ପୂଜା

ମାଲକାନଗିରି ଜିଲ୍ଲାରେ ପାଳିତହେଲା ମା ଗଜଲକ୍ଷ୍‌ମୀ ଙ୍କ ପୂଜା

55

ମାଲକାନଗିରି,୧୯ା୧୦(ଓଡିଆ ପୁଅ )କରୋନା କଟକଣା ମଧ୍ୟରେ କୋଭିଡ ନିୟମ ପାଳନ କରି ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରେ ଆଜିଠାରୁ ମା ଗଜଲକ୍ଷ୍‌ମୀଙ୍ଗକ ପୂଜା ନିରାଆଡମ୍ବର ସହକାରେ ଆରମ୍ଭ ହୋଇ ଯାଇଛି । ବିଶେଷ କରି ଜିଲ୍ଲାସଦର ମହକୁମା ଦଣ୍ଡକାରଣ୍ୟ ମା ଗଜଲକ୍ଷ୍‌ମୀ ପୂଜାକମିଟି ପକ୍ଷରୁ ଆଜି ସକାଳେ ୧୧୯ କଲୋନି ସ୍ଥ ପୋଖରୀରୁ କଳସବୁଡାଇ ଅଳ୍ପସଂଖ୍ୟକ ମହିଳାମାନେ ସୋଭା ଯାତ୍ରାରେ ପୂଜା ମଣ୍ଡପନିକଟକୁ ନେଇଥିଲେ । ପୂଜାକମିଟିର ସଦସ୍ୟ ମାନେ ସମସ୍ଥ କଳସ ଧାରୀ ମହିଳା ମାନଙ୍କ ପାଦ ଧୋଇଦେଇ ପୂଜା ମଣ୍ଡପ ନିକଟକୁ ପାଛୋଟିନେଇଥିଲେ । ରିତି ନିତୀ ଅନୁସାରେ ବିଧିମୁତାବକ ପଣ୍ଡିତ ରତ୍ନାକର ପାଢୀ ମା ଗଜଲ କ୍ଷ୍‌ମୀଙ୍କୁ ଆବାହନକରି ପୂଜାକରିଥିଲେ । ପୂଜା କମିଟିର ଦାମଦର ହନ୍ତାଳ ପୂଜାରେ ସଙ୍କଳ୍ପ କରିଥିଲେ ।ଏହି ଅବସରେ ଶିବଶଙ୍କର ମାଝୀ,ରବି ରାଜେଶ,ଶ୍ରୀଧର ସାହୁ,ସୁଶାନ୍ତ କୁମାର ବେହେରା,ବସନ୍ତ ନାୟକ,ସପନ କୁମାର ହୋତା,କୈଳାଶ ଦୁର୍ଗା,ଏ ମାର୍କା,ବିଶ୍ୱଜିତ ମଜୁମଦାର,ଏମ. ବାଲା ପ୍ରମୁଖ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଠିକ ସେହିପରି ପୁରୁଣା ପୋଷ୍ଟଅଫିସ ଲାଇନ ଠାରେ ମଧ୍ୟ ମା ଗଜଲକ୍ଷମୀ ଙ୍କ ପୂଜା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.