Home ଓଡ଼ିଶା ଯୋଡା : ଜାତୀୟ ରାଜପଥ ୫୨୦ରେ ଟ୍ରକ ଚାଳକଙ୍କୁ ଲୁଟ ଓ ହତ୍ୟା ଘଟଣା :...

ଯୋଡା : ଜାତୀୟ ରାଜପଥ ୫୨୦ରେ ଟ୍ରକ ଚାଳକଙ୍କୁ ଲୁଟ ଓ ହତ୍ୟା ଘଟଣା : ୪ ଲୁଟେରା ଗିରଫ; ସ୍କର୍ପିଓ, ମୋବାଇଲ, ଟଙ୍କା ଓ ମାରଣାସ୍ତ୍ର ଜବତ

58

ଯୋଡା, ୧୯ା୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଗତ ୭ତାରିଖ ବିଳମ୍ବିତ ରାତିରେ ୫୨୦ନଂ ଜାତୀୟ ରାଜପଥ ଭଦ୍ରାସାହୀ ନିକଟରେ ଏକ ଟ୍ରକ ଚାଳକଙ୍କୁ ଲୁଟ ଓ ହତ୍ୟା ଘଟଣାର ରହସ୍ୟ ବଡବିଲ ଆରକ୍ଷୀ ମଙ୍ଗଳବାର ଦିନ ଉନ୍ମୋଚନ କରିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ଜଣ ଲୁଟେରାଙ୍କୁ ଆରକ୍ଷୀ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ସ୍କର୍ପିଓ ଗାଡି, କିଛି ମାରଣାସ୍ତ୍ର, ନଗଗ ଟଙ୍କା ଓ ୯ଟି ମୋବାଇଲ ଜବତ କରିବାରେ ସଫଳ ହୋଇଛି । ଏ ନେଇ ବଡବିଲ ଏସ.ଡି.ପି.ଓ ହିମାଂଶୁ ଶେଖର ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଦେବଗଡ ଜିଲା, ରିଆମାଳ, ଗୋଳାବନ୍ଧ ଅଞ୍ଚଳର ଟ୍ରକ ଚାଳକ ଜୟନନ୍ଦ ମାଝୀ ୫ ତାରିଖ ମଙ୍ଗଳବାର ଓଡି୦୪ଏଲ୍‌-୩୭୧୯ ନମ୍ବର ଏକ ୧୨ ଚକିଆ ଟ୍ରକରେ କୋଇଡା ଖଣି ଅଞ୍ଚଳରୁ ଲୁହାପଥର ଗୁଣ୍ଡ ବୋଝେଇ କରି ଦେଓଝରସ୍ଥିତ ଜିନ୍ଦଲ କାରଖାନା ଅଭିମୁଖେ ବାହାରିଥିଲେ । ତେବେ କୌଣସି କାରଣରୁ ଟ୍ରକଟି ଭଦ୍ରାସାହି ନିକଟରେ କିଛି ସମୟ ପାଇଁ ଅଟକି ରହିଥିଲା । ବିଳମ୍ବିତ ରାତିରେ ଏହି ଲୁଟେରାମାନେ ଟ୍ରକ ଚାଳକଙ୍କ ଠାରୁ ଲୁଟ କରିବା ବେଳେ ଚାଳକ ଜୟନନ୍ଦ ଏହାର ବିରୋଧ କରିଥିଲେ । ଫଳରେ ଏହି ଲୁଟେରାମାନେ ତାଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ମୋବାଇଲ ଓ ଟଙ୍କା ଲୁଟିନେଇଥିଲେ । ତେବେ ସେମାନଙ୍କର ଆକ୍ରମଣରେ ଘଟଣାସ୍ଥଳରେହିଁ ଟ୍ରକ ଭିତରେ ଜୟନନ୍ଦଙ୍କର ମୃତ୍ୟୁ ଘଟିଥିଲା । ବଡବିଲ ଆରକ୍ଷୀ ପ୍ରଥମେ ଏକ ଅପମୃତ୍ୟୁ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା । ଫଳରେ ଏହି ମାମଲାର ମୋଡ ବଦଳିବା ସହ ଏହାକୁ ଏକ ହତ୍ୟାକାଣ୍ଡ ଭାବେ ଆରକ୍ଷୀ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ସୋମବାର ରାତିରେ ଠିକ ଏକାପ୍ରକାର ଢଙ୍ଗରେ ଏହି ଦୁର୍ବୁତ୍ତମାନେ ଏକ ସ୍କର୍ପିଓ ଗାଡିରେ ଅନ୍ୟ ଏକ ଟ୍ରକକୁ ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ଆରକ୍ଷୀର ପଇନ୍ତରା ଗାଡି ଦୁର୍ବୁତ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ତେବେ ଅଭିଯୁକ୍ତମାନେ ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲେ । ଗିରଫ ସମସ୍ତ ଅଭିଯୁକ୍ତମାନେ ଯୋଡା ଥାନା ଅନ୍ତର୍ଗତ ବୋଲି ଜଣାପଡିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସହିଦ ନଗର ଉଲ୍ଲି ହାଟିଂର ଅଭିନାଶ ନାଗ ଓରଫ କନ୍ଦା (୨୪), କୁଦୁରସାହି, ଆମବାଗାନ ର ଶଙ୍କର ତିରିଆ ଓରଫ ଗିଡୁ (୨୪), ସ୍କର୍ପିଓ ଚାଳକ ଜଣଙ୍କ ପଶ୍ଚିମ ଯୋଡାସ୍ଥିତ ଟାଟା କମ୍ପାନୀ କଲୋନୀର ଟୁନା ପିଙ୍ଗୁଆ ଓରଫ କୁନାଲ (୩୦) ଓ କୁଦୁରସାହି, ଆମବାଗାନ ଅଞ୍ଚଳର ମୁକୁନ୍ଦ ସାଣ୍ଡିଲ (୨୨) ବୋଲି ଜଣାପଡିଛି । ଏହି ଡକାୟତି କାଣ୍ଡରେ ବ୍ୟବହୃତ ଏକ ଧଳା ସ୍କର୍ପିଓ ନଂ. ଓଡି୦୯ଜି-୯୭୯୨କୁ ଆରକ୍ଷୀ ଜବତ କରିବା ସହ ଗୋଟିଏ ଛୁରୀ, ଗୋଟିଏ ରକ୍ତ ଲଗା ସ୍କୃ ଡ୍ରାଇଭର, ମୃତ ଚାଳକର ମୋବାଇଲ ଫୋନ ଏବଂ ଲୁଟ ନଗଦ ୧ ହଜାର ଟଙ୍କା ସହ ଅଭିଯୁକ୍ତମାନଙ୍କର ୯ଟି ମୋବାଇଲ ଆରକ୍ଷୀ ଜବତ କରିଛି । ସୂଚନା ଯୋଗ୍ୟ, ୫୨୦ନଂ ଜାତୀୟ ରାଜପଥରେ ବାରମ୍ବାର ଟ୍ରକ ଚାଳକଙ୍କ ଠାରୁ ଲୁଟ, ମାରପିଟ ଓ ହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯୋଡା, ବଡବିଲ ଓ ଭଦ୍ରାସାହୀ ଅଞ୍ଚଳରେ ସ୍ୱତନ୍ତ୍ର ଭାବେ ଟ୍ରକ ଚଳାଚଳକୁ ସୁଗମ କରିବା ନିମନ୍ତେ ପଇନ୍ତରା ଗାଡି ନିୟୋଜିତ କରାଯାଇଥିଲେ ସୁଦ୍ଧା ଲୁଟେରାମାନଙ୍କ ଉପରେ ଅଙ୍କୁଶ ଲଗାଇବାରେ ସେମାନେ ବିଫଳ ହୋଇଛନ୍ତି । ଫଳରେ ଏହି ଲୁଟ ଉଦ୍‌ବେଗଜନକ ଭାବେ ଦିନକୁ ଦିନ ବୃଦ୍ଧି ପ।।ଇବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.