ଭଦ୍ରକ, ୯ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଅଡାଳପଙ୍କର ସାର୍ବଜନୀନ ମା’ କାଳୀ ପୂଜା ପାଇଁ ସମଗ୍ର ଅଚଂଳ ଉତ୍ସବ ମୁଖର ହୋଇଛି । ଚଳିତ ବର୍ଷ ଏହି ପୂଜା ୪୩ ବର୍ଷରେ ପଦାର୍ପଣ କରିଥିବା ବେଳେ ପୂଜା କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଏହି ପୂଜା ଏଠାରେ ୬ ଦିନ ବ୍ୟାପି ପାଳନ କରାଯିବ । ଆଗରପଡା ବରହମପୁର ଗ୍ରାମର ମୂର୍ତି କାରିଗର କର୍ଣ୍ଣ ମାଝୀ ମା’ କାଳୀଙ୍କ ପ୍ରତିମୂର୍ତି ଏବଂ ବହୁ ଚର୍ଚ୍ଚିତ ଦାନ ମାଝୀ ଘଟଣା ଓ ବିଜୁଳି କନ୍ୟା ପାଶ୍ୱର୍ ମୂର୍ତି ମୁଖ୍ୟ ଆକର୍ଷଣ ସାଜି ଥିବା ବେଳେ ଏହା ଶ୍ରଦ୍ଧାଳୁଙ୍କୁ ଆକୃଷ୍ଠ କରୁଛି । ପୂଜା ପାଇଁ ଦୋଳି ମିନା ବଜାର ଆଦି ପଡିଆରେ ଶୋଭା ପାଉଥିବା ବେଳେ ଆକର୍ଷଣୀୟ ତୋରଣ ଓ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ସ୍ଥାନିୟ କୃଷ୍ଣ ସାଗର ପୁଷ୍କରଣୀରୁ କଳସ ବୁଡାଯାଇ ମା’ଙ୍କ ମଣ୍ଡପରେ ସ୍ଥାପନା ପୂର୍ବକ ପୂଜାରମ୍ଭ କରାଯାଇଛି । ପଣ୍ଡିତ ଗୋପାଳ ପଣ୍ଡା ଓ ଅଶୋକ ଦାଶ ପୂଜକ ଭାବେ ଠାକୁରଙ୍କ ରୀତି ନିତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ଏହି ପୂଜା ସଂପୃକ୍ତ ଅଚଂଳର ପୁରାତନ ପୂଜା ହୋଇଥିବାରୁ ବନ୍ତ ବ୍ଲକ ସମେତ ହାଟଡିହି ବ୍ଲକ ଅଚଂଳର ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାରେ ରୁଣ୍ଡିଭୂତ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସାଂସ୍କୃତିକ ମଂଚରେ ବାଦୀ ପାଲାକୁ ଅଧିକ ଲୋକାଭିମୁଖି କରିବା ନେଇ ଚଳିତ ବର୍ଷ କୋଣାର୍କର ଗାୟକ ତତ୍ୱ ଭୂଷଣ ଡ. ଲମ୍ବୋଧର ବେହେରା, ଗାୟକ ସୌରଭ ଗୋପାଳ କୃଷ୍ଣ ଜେନା ୩ ଦିନି ବ୍ୟାପି ପାଲା ପରିବେଷଣ କରିବେ । ଏହି ପୂଜା ଦେଖିବା ପାଇଁ ଅଡାଳପଙ୍କ ସମେତ ଆଡିଆ,ରାମଚନ୍ଦ୍ରପୁର, ନିମାପଡା, ବଧିଗଢିଆ, ବେରୁଣପଦି, ମଉଦା, ଜିରିଣା ଆଦି ଅଚଂଳର ଶହ ଶହ ଲୋକେ ରୂଣ୍ଡିଭୂତ ହୁଅନ୍ତି । ପୂଜା କମିଟିର ସଭାପତି ସୁଧାକର ତ୍ରିପାଠୀ, ସମ୍ପାଦକ ନିମାଇଁ ଚରଣ ବିଶ୍ୱାଳ,କୋଷାଧ୍ୟକ୍ଷ ଆଲୋକ କୁମାର କର,ସୁଧାକର ବଳ, ସମ୍ଭୁନାଥ ମହାରଣା,ଜଗନ୍ନାଥ ପଣ୍ଡା,ମଙ୍ଗୁଳି ନାୟକ,ସନାତନ ମହାରଣା,ରତିକାନ୍ତ ଜେନା, କୋଦଣ୍ଡ ଜେନା,ବନମାଳୀ ତ୍ରିପାଠୀ,ଭାସ୍କର ଚନ୍ଦ୍ର ତ୍ରିପାଠୀ, କମଳା ବିଶ୍ୱାଳ,ରତ୍ନାକର ଖିଲାର, ପଦ୍ମନାଭ ସେଠୀ, ହରେକୃଷ୍ଣ ରାଉତ, ବୃନ୍ଦାବନ ବେହେରା, ଶୁଭକାନ୍ତ ଜେନା, କୈଳାସ ପାତ୍ର, ବିକ୍ରମାଦିତ୍ୟ ତ୍ରିପାଠୀ, ପ୍ରଫୁଲ୍ଲ କୁମାର ରାଉତ୍ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।








