Home ଜିଲ୍ଲା ପରିକ୍ରମା ଆରଏମସି ପରିସରରେ ଶତାଧିକ ଗଛ କାଟିବା ପ୍ରସଙ୍ଗ, ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ବିରୋଧ;...

ଆରଏମସି ପରିସରରେ ଶତାଧିକ ଗଛ କାଟିବା ପ୍ରସଙ୍ଗ, ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ବିରୋଧ; ଗାନ୍ଧୀ ପ୍ରତିମୂର୍ତ୍ତ ସମ୍ମୁଖରେ ଧାରଣା

46

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିୟନ୍ତ୍ରିତ ବଜାର କମିଟି (ଆରଏମସି) ପରିସରରେ ଶତାଧିକ ପୁରାତନ ଗଛ କାଟିବାକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଉଦବେଗ୍ ପ୍ରକାଶ ପାଇଛି । ସଂଗଠନର ଜିଲ୍ଲା ସଭାପତି ଜାହିର ଖାନ, ସଦସ୍ୟ ନସିରୁଦ୍ଦିନ ଖାନ, ଦିବ୍ୟ ନାରାୟଣ ସାହୁ, ନିୟାଜ ଖାନ, ଜାନ ଖାନ, ସାଦିକ କାଦ୍ରୀ, ସେକ ସହେଜାଦା, ରିୟାଜ ଖାନ ପ୍ରମୁଖ ଆରଏମସି ପରିସରରେ ପହଞ୍ଚି କାର୍ଯ୍ୟାଳୟ ସମ୍ମୁଖରେ ହାତରେ ପ୍ଲାକାର୍ଡ଼ ଧରି ପ୍ରତିବାଦ କରିଥିଲେ । ପରେ ସେମାନେ ଗାନ୍ଧୀ ପଡ଼ିଆ ଠାରେ ପହଞ୍ଚି ମହାତ୍ମାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ପ୍ରତିମୂର୍ତ୍ତୀ ସମ୍ମୁଖରେ ଧାରଣାରେ ବସିଥିଲେ । ତେବେ ଆଜି ଛୁଟି ଥିବାରୁ ଓ ଆସନ୍ତା କାଲି ରବିବାର ଥିବାରୁ ସେମାନେ ସୋମବାର ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହାର ପ୍ରତିବାଦ କରିବେ ବୋଲି ସାମାଜିକ କର୍ମୀ ସାହେବୁର ରହେମାନ କହିଛନ୍ତି ।

ତେବେ ଆମକୁ ସରକାରୀ ଜାଗା ଦିଆଯାଉ । ଆମେ ସେଠାରେ ବୃକ୍ଷ ରୋପଣ କରିବୁ । ନଚେତ ଆମେ ବାଧ୍ୟ ହୋଇ ଆରଏମସି ପରିସରରେ ବୃକ୍ଷରୋପଣ କରି ପରିବେଶ ସନ୍ତୁଳନ ଦିଗରେ ଉଦ୍ୟମ କରିବୁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଯାହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଶାସନ ନେବ ବୋଲି ଦାବି କରିଛି ଯୁବ ଛାତ୍ର ସଂଗଠନ । ମହାମାରୀ କରୋନା ସମୟରେ ଅକ୍ସିଜେନ ଅଭାବ ପରିଲକ୍ଷିତ ହୋଇଥିଲା । ଶହଶହ ଆକ୍ରାନ୍ତ ଅକ୍ସିଜେନ ବିନା ମୃତ୍ୟୁବରଣ କରିଥିଲେ । ଏହା ସତ୍ତ୍ୱେ ପରିବେଶର ଗୁରୁତ୍ୱକୁ ଆରଏମସି ବୁଝି ନପାରିବା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି । ଆରଏମସି କର୍ତ୍ତୃପକ୍ଷ ଗଛ କାଟିବା ପୁର୍ବରୁ କେତେ ଗଛ ଲଗାଇଛନ୍ତି, ସେ ସମ୍ପର୍କରେ ସ୍ପଷ୍ଟ କରିବାର ଥିଲା । ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ ନକରି, ପରିବେଶ ସନ୍ତୁଳନ ନଷ୍ଟ କରିବାର ଅଧିକାର ଆରଏମସି କର୍ତ୍ତୃପକ୍ଷଙ୍କର ନାହିଁ ବୋଲି ସେମାନେ କହିଛନ୍ତି । ସୂଚନାଯୋଗ୍ୟ ଆରଏମସି ପରିସରରେ ନୂତନ ଦୋକାନ ଗୃହ ନିର୍ମାଣ କରିବା ଆଳରେ କର୍ତ୍ତୃପକ୍ଷ ୧୨୯ ଗଛ କାଟି ପକାଇଛନ୍ତି । ଏହାକୁ ୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ଲିଜ୍ ଦିଆଯାଇଛି । ଅପରପକ୍ଷେ ୧୫୦ ଦୋକାନ ଘର ନିର୍ମାଣ ପାଇଁ ଏତେ ସଂଖ୍ୟକ ପୁରୁଣା ଗଛ କାଟିବାର କୌଣସି ଆବଶ୍ୟକତା ନଥିଲା ବୋଲି ସାଧାରଣରେ ମତପ୍ରକାଶ ପଇଛି । ତେଣୁ ୨୧ ଏକର ପରିମିତ ଆରଏମସି ପରିସରରେ ନୂତନ ଦୋକାନ ଗୃହ ନିର୍ମାଣ ସହିତ ତୁରନ୍ତ ବ୍ୟାପକ ପରିମାଣର ଗଛ ଲଗାଇବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.