Home ଜିଲ୍ଲା ପରିକ୍ରମା ଭଦ୍ରକ ସଂଜୀବ ହିରୋ ମୋଟୋକର୍ପ ପକ୍ଷରୁ ‘ପ୍ରକୃତ ହିରୋ ପାଇଁ ରାଇଡ’, ଜିଲ୍ଲା ହସ୍ପିଟାଲରେ ଫ୍ରଣ୍ଟଲାଇନ...

ଭଦ୍ରକ ସଂଜୀବ ହିରୋ ମୋଟୋକର୍ପ ପକ୍ଷରୁ ‘ପ୍ରକୃତ ହିରୋ ପାଇଁ ରାଇଡ’, ଜିଲ୍ଲା ହସ୍ପିଟାଲରେ ଫ୍ରଣ୍ଟଲାଇନ ଡାକ୍ତର ଓ ସ୍ୱାସ୍ଥ୍ୟ ଯତ୍ନକାରୀ ଯୋଦ୍ଧାମାନଙ୍କୁ ସାମଗ୍ରୀ ବଣ୍ଟନ

13

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ ଫ୍ରଣ୍ଟ ଲାଇନ ଯୋଦ୍ଧା ଡାକ୍ତର ଓ ସ୍ୱାସ୍ଥ୍ୟ ଯତ୍ନକାରୀ ଯୋଦ୍ଧା ମାନଙ୍କ ସମ୍ମାନାର୍ଥେ ହିରୋ ମୋଟୋକର୍ପ ପକ୍ଷରୁ ୧୦୦ ସିଟି’ରେ ବ୍ୟାପ୍ତ ୧୦୦ କିଲୋମିଟର ରାଇଡ କାର୍ଯ୍ୟକ୍ରମ ଆଜି ଭଦ୍ରକ ସଂଜୀବ ହିରୋ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଆଜି ଡାହାଣୀଗଡ଼ିଆ ସ୍ଥିତ ସଂଜୀବ ହିରୋ ଶୋ ରୁମ ସମ୍ମୁଖରେ ପତାକା ଦେଖାଇ ଏହି ବାଇକ ରାଇଡ଼ ରାଲିର ଶୁଭାରମ୍ଭ କରିଥିଲେ । ପରେ ଏହି ବାଇକ ରାଲି ସହର ପରିକ୍ରମା କରି ଜିଲ୍ଲା ହସ୍ପିଟାଲରେ ପହଞ୍ଚି ଥିଲା । ସେଠାରେ ଜିଲ୍ଲା ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ଆର୍ଯ୍ୟ ମିଶ୍ରଙ୍କ ସଭାପତିତ୍ୱରେ କୋଭିଡ ସାମଗ୍ରୀ (ପିପି କିଟ, ସାନିଟାଇଜର, ଫେସ ମାସ୍କ, ଓକ୍ସୋ ମିଟର, ଗ୍ଲୋଭସ, ଥରମୋମିଟର ଆଦି) ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ବଣ୍ଟନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀମତୀ ମଣ୍ଡଳ ଓ ବିଧାୟକ ଶ୍ରୀଯୁକ୍ତ ମଲ୍ଲିକଙ୍କ ସହ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

କୋଭିଡ-୧୯ ରିଲିଫ ପଦକ୍ଷେପକୁ ସମର୍ଥନ କରିବା ଦିଗରେ ନିଜର ଅକ୍ଲାନ୍ତ ପ୍ରୟାସକୁ ବଜାୟ ରଖି ମଟରସାଇକେଲ ଏବଂ ସ୍କୁଟରର ବିଶ୍ୱର ସର୍ବ ବୃହତ ଉତ୍ପାଦକ ହିରୋ ମୋଟୋକର୍ପ ଆଜି ସାରା ବିଶ୍ୱରେ ଆଗ ଧାଡିର ସ୍ୱାସ୍ଥ୍ୟସେବା ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ଆଇକନିକ ରାଇଡ ‘ପ୍ରକୃତ ହିରୋଙ୍କ ପାଇଁ ରାଇଡ’ ପାଇଁ ଏହି କାର୍ଯ୍ୟକ୍ରମ କରୁଛି ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କହିଥିଲେ । ସାଂସଦ ମଞ୍ଜୁଲତା ମଣ୍ଡଳ ତାଙ୍କ ବକ୍ତବ୍ୟରେ ହିରୋ କମ୍ପାନୀକୁ ଏଭଳି କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିଥିଲେ । ଏଠାରେ ସୂଚନା ଯୋଗ୍ୟ, ଆଜି ହିରୋ ମୋଟୋ ‘ପ୍ରକୃତ ହିରୋଙ୍କ ପାଇଁ ରାଇଡ’ ଭାରତ ସମେତ ବାଂଲାଦେଶ, ନେପାଳ, ଗ୍ୱାଟେମାଲା, କୋଲମ୍ବିଆ, ବୋଲିଭିଆ, ନାଇଜେରିଆ, ଉଗାଣ୍ଡା, କେନିଆ, ଦକ୍ଷିଣ ଆଫ୍ରିକା, ତୁର୍କୀ ଏବଂ ୟୁଏଇ’ର ୧୦୦ଟି ସହରରେ ଆଜି ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ନବୀନ ଚୌହାନ, ମୁଖ୍ୟ – ବିକ୍ରୟ ଏବଂ ବିକ୍ରି ପରବର୍ତ୍ତୀ, ହିରୋ ମୋଟୋକର୍ପଙ୍କ ବାର୍ତ୍ତା ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସଂଯୋଜନା କରୁଥିବା ଭଦ୍ରକ ସଂଜୀବ ହିରୋର ମ୍ୟାନେଜିଙ୍ଗ ପାର୍ଟନର ପ୍ରୀତିରଞ୍ଜନ ଜେନା ତାଙ୍କ ବକ୍ତବ୍ୟରେ ହିରୋ ମୋଟୋକର୍ପ ଅଭାବି, ଦିନ ମଜୁରୀୟା, ବେଘର ପରିବାର ଓ ବିଭିନ୍ନ ବର୍ଗର ଲୋକଙ୍କୁ ୨.୩ ନିୟୁତରୁ ଅଧିକ ପୌଷ୍ଟିକ ଭୋଜନ ବଣ୍ଟନ କରିଥିଲା । ସେହିଭଳି ଗ୍ରାମଞ୍ଚଳ ତଥା ଦୁର୍ଗମ ଅଞଚଳରେ ଜରୁରୀକାଳୀନ ଚିକିତ୍ସା ସହାୟତା ଯୋଗାଇ ଦିଆଯିବା ନିଶ୍ଚିତ କରିବାକୁ ହିରୋ ‘ଏକ୍ସଟ୍ରିମ୍‌-୨୦୦ଆର୍‌’ ମୋଟରସାଇକେଲରେ ନିର୍ମିତ ୬୦ଟି ସ୍ୱତନ୍ତ୍ର ଡିଜାଇନ ହୋଇଥିବା ଫାଷ୍ଟ ରେସପଣ୍ଡର ଯାନ, ସ୍ୱାସ୍ଥ୍ୟ କର୍ମୀ ଏବଂ ଡାକ୍ତରୀ କର୍ମଚାରୀଙ୍କ ଦ୍ୱାରା ନିରାପଦ, ବ୍ୟକ୍ତିଗତ ଯାତାୟାତ ପାଇଁ ଏହାର ମୋଟରସାଇକେଲ ଏବଂ ସ୍କୁଟର ଯୋଗାଇ ଥିବା କହିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଜୀବ ହିରୋର ସୁଶାନ୍ତ ସାହୁ, ଟାଉନ ବିଜେଡି ସଭାପତି ଏମ.ଡ଼ି ତାହେର ମହମ୍ମଦ, ବିଧିବକ୍ତା ଅତିଶ ବେହେରା ଓ ଯୁବନେତା ଲାଲା ଲଳିତ ନାୟକ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.