ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ୧୬ନଂ ଜାତୀୟ ରାଜପଥ କହରାପୋଖରୀ ଠାରେ ପ୍ରତିଷ୍ଠିତ ଗୀତାଂଶ କେବୁଲ ଶିଳ୍ପ ପରିଦର୍ଶନରେ ଭାରତ ସରକାରଙ୍କ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ଭାନୁ ପ୍ରତାପ ସିଂ ବର୍ମା ଆସିଥିଲେ । ଭାରତ ସରକାରଙ୍କ ଏମ.ଏସ.ଏମ.ଇ ସଚିବ ବି.ବି ସ୍ୱାଇଁ, ଓଡିଶା ସରକାରଙ୍କ ଏମ.ଏସ.ଏମ.ଇ ସଚିବ ସତ୍ୟବ୍ରତ ସାହୁ, କଏର ବୋର୍ଡ ଅଧ୍ୟକ୍ଷ ଡି କୁପୁରାମ, ମହମ୍ମଦ ସାଦିକ୍ ଆଲାମ ନିର୍ଦ୍ଦେଶକ ଓଡିଶା ଉଦ୍ୟୋଗ, ଉଦୟ ନାରାୟଣ ଦାସ ଅତିରିକ୍ତ ସଚିବ ଏମ.ଏସ.ଏମ.ଇ ଓଡିଶା, ପବନ କୁମାର ଗୁପ୍ତା, ଭାରତ ସରକାରଙ୍କ ଏମ.ଏସ.ଏମ.ଇ ନିର୍ଦ୍ଦେଶକ, ପିତାମ୍ବର ପଣ୍ଡା ଜେନେରାଲ ମ୍ୟାନେଜର ଡି.ଆଇ.ସି ଭଦ୍ରକ ଓ ଗୀତାଂଶ କେବୁଲ ଶିଳ୍ପ ର ପରିଚାଳନା ନିର୍ଦ୍ଦେଶକ ଅୟସକାନ୍ତ ମହାନ୍ତି ଉପସ୍ଥିତ ଥିଲେ । ପ୍ରଥମ କରି ଭଦ୍ରକରେ ଏଭଳି ଶିଳ୍ପ ପ୍ରତିଷ୍ଠା ହୋଇଥିବାରୁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।
Home ଜିଲ୍ଲା ପରିକ୍ରମା ଗୀତାଂଶ କେବୁଲ ଶିଳ୍ପ ପରିଦର୍ଶନ ରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଭାନୁପ୍ରତାପ...