ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୯- ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ଭାରତ ବନ୍ଦ ଡାକରା ଦିଆଯାଇଥିବା ରୁ ରଣପୁର ସି ପି ଆଇ (ଏମ୍ ) ତରଫରୁ ଦକ୍ଷିଣ ଆଂଚଳିକ କମିଟି ତରଫରୁ ନରସିଂହପୁର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଥିଲା । ସହିଦ୍ ବେଦୀ ରେ ମାଲ୍ୟାର୍ପଣ ପରେ କମ୍ରେଡ୍ ହରିଶ୍ଚନ୍ଦ୍ର ମିଶ୍ର ପତାକା ଉତ୍ତୋଳନ କରିଥିଲେ ।
କେନ୍ଦ୍ର ସରକାର ଙ୍କ କୃଷକ ମାରଣ ନିତୀ ବିରୁଦ୍ଧ ରେ , ଦରଦାମ୍ ବୃଦ୍ଧି ବିରୋଧରେ ତୀବ୍ର ସମାଲୋଚନା କରାଯାଇଥିଲା । ଭାରତ ବନ୍ଦ କୁ ସଫଳ କରିବା ପାଇଁ ଆଂଚଳିକ କମିଟି ର ରଜତ ଜେନା , ଗଦାଧର ପ୍ରଧାନ , ନିତ୍ୟାନନ୍ଦ ପରିଡା କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ନିତ୍ୟାନନ୍ଦ ପରିଡା ସମ୍ପାଦକ ଭାବେ ନିର୍ବାଚିତ କରାଯାଇଥିଲା । ଶେଷରେ ଭାରତ ବନ୍ଦ କୁ ସଫଳ କରିବା ପାଇଁ କାର୍ଯ୍ୟ ପନ୍ଥା ସ୍ଥିର କରାଯାଇଥିଲା ।