Home ଜିଲ୍ଲା ପରିକ୍ରମା ଲୋକକଳା ବାର୍ତ୍ତା ପତ୍ରିକା ଗାନ୍ଧୀ ଜୟନ୍ତୀରେ ଲୋକାର୍ପିତ ହେବ

ଲୋକକଳା ବାର୍ତ୍ତା ପତ୍ରିକା ଗାନ୍ଧୀ ଜୟନ୍ତୀରେ ଲୋକାର୍ପିତ ହେବ

35

ଯାଜପୁର୯ା୯(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ରାଜ୍ୟ ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଲୋକ କଳା ବାର୍ତ୍ତା ନାମରେ ଏକ ତ୍ରୈମାସିକ ପତ୍ରିକା ପ୍ରକାଶନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପତ୍ରିକାଟି ଚଳିତ ବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଲୋକାର୍ପଣ ହେବ। ଓଡିଶାର ପ୍ରଲୁବ୍ଧ ଓ ଗାରିମାମୟ ଲୋକକଳାର ପ୍ରଚାର, ପ୍ରସାର ଓ ବିଭିନ୍ନ ଅଞ୍ଚଳର ଲୋକକଳାକୁ ଲୋକ ଲୋଚନକୁ ଆଣିବା ପାଇଁ ଲୋକକଳା ବାର୍ତ୍ତାର ବ୍ୟବସ୍ଥା କରାଯାଇଛି। ଏହାର ପ୍ରତି ସଂଖ୍ୟାରେ ବିଶିଷ୍ଟ ବ୍ୟକ୍ତି ମାନଙ୍କର ବାର୍ତ୍ତା ସହ ଆମର ଲୋକପ୍ରିୟ ଲୋକକଳା ଆମର ଲୁପ୍ତ ପ୍ରାୟ ଲୋକକଳା, ଆମ ଲୋକ ବାଦ୍ୟ, ଆମ ଲୋକ ସଂଗୀତ, ଆମ ଲୋକ କଥା, ଆମ କୃତି ସଂପନ୍ନ କଳାକାର, ଆମ କୃତିତ୍ୱ ଓ ଏ ସଂଖ୍ୟାର ଚିତ୍ର ଖବର ନାମରେ ବିଭିନ୍ନ ଗବେଷଣାତ୍ମକ ଲୋକକଳାର ବୈଦିକ ଚର୍ଚ୍ଚା ଇତ୍ୟାଦି ପ୍ରକାଶିତ ହେବ। ଆମ ଜିଲ୍ଲାର ସମୃଦ୍ଧି ଓ ଲୋକକଳା ସଂପର୍କରେ ଊପରୋକ୍ତ ବିଷୟ ଆଧାରରେ ଆଲେଖ୍ୟ ପ୍ରକାଶ ପାଇଁ ଇଚ୍ଚ୍ଥୁକ ବ୍ୟକ୍ତି ବିଶେଷ ଚଳିତ ମାସ ସେପ୍ଟେମ୍ୱର ୨୦ ତାରିଖ ସୁଦ୍ଧା ସଂସ୍କୃତି ବିଭାଗର ମେଲ [email protected] ରେ ସେମାନଙ୍କର ମୈାଳିକ ଲେଖା ପ୍ରେରଣ ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.