Home ଜିଲ୍ଲା ପରିକ୍ରମା ଲୋକାୟୁକ୍ତଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନି ଦଳ ନଗଡାରେ ପହଞ୍ଚି ଆରମ୍ଭ କଲେ ତଦନ୍ତ

ଲୋକାୟୁକ୍ତଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନି ଦଳ ନଗଡାରେ ପହଞ୍ଚି ଆରମ୍ଭ କଲେ ତଦନ୍ତ

21

ଯାଜପୁର୯ା୯(ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ନଗଡାଠାରେ ପୂର୍ବରୁ ଲୋକାୟୁକ୍ତଙ୍କ ଠାରେ ହୋଇଥିବା ଅଭିଯୋଗର ଲୋକାୟୁକ୍ତଙ୍କ ସ୍ୱତନ୍ତ୍ର ପତିନିଧି ଦଳ ତଦନ୍ତ ଆରମ୍ଭ କରିବା ଦେଖିବାକୁ ମିଳିଛି। ୨୦୧୯ ଅକ୍ଟେବର ମାସରେ ନଗଡା ଉନ୍ନୟନ ନାଁରେ ହୋଇଥିବା ବ୍ୟାପକ ହରିଲୁଟର ତଦନ୍ତ ଗତ ଦୁଇ ଦିନ ଧରି ଆରମ୍ଭ କରିଛନ୍ତି। ଲୋକାୟୁକ୍ତ କେସ୍ ନଂ ୪୫୫/୨୦୧୯ର ଓଡ଼ିଶା ଲୋକାୟୁକ୍ତ ଆଇନ ୨୦(୨) ଆଧାରରେ ପ୍ରାଥମିକ ପ୍ରଥମ ପର‌୍ୟ୍ୟାୟରେ ଏହି ତଦନ୍ତ ହୋଇଛି।

ଏହି ପ୍ରଥମ କ୍ଷେତ୍ରୀୟ ତଦନ୍ତ ମୁଖ୍ୟତଃ ୨୦୧୬ ନଭେମ୍ବରରୁ ୨୦୧୭ଜୁଲାଇ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗ ଯାଜପୁର ବିଭାଜନ-୧ ଅଧୀନରେ ୧୦.୯୫ କୋଟି ଟଙ୍କା ବିନିମୟରେ ନିର୍ମିତ ୮.୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ନଗଡ଼ା ସଡ଼କ ଉପରେ ହୋଇଥିଲା। ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ ସିଂଙ୍କ ନିର୍ଦେଶକ୍ରମେ ଯାନ୍ତ୍ରିକ ଉପନିର୍ଦେଶକ ଇଂ ମାନଗୋବିନ୍ଦ ବିଶ୍ବାଳଙ୍କ ନେତୃତ୍ବରେ ଓଡ଼ିଶା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଇଂ ସଞ୍ଜୀବ କୁମାର ସେନାପତି ଓ କନିଷ୍ଠ ଯନ୍ତ୍ରୀ ଇଂ ମାନସ ରଞ୍ଜନ ଖିଲାରଙ୍କୁ ନେଇ ତିନି ଜଣିଆ ପ୍ରତିନିଧି ଦଳ ଗତକାଲି ଓ ଆଜି ନଗଡ଼ା ଗସ୍ତ କରି ସଡ଼କ ମୂଳ ଭାଗରୁ ତଦନ୍ତ ଆରମ୍ଭ କରିଥିଲେ। ସାତକୁଲିଆ ପାହାଡ଼ ତଳ ଅଶୋକଝରରୁ ତଳ ନଗଡ଼ା ପର‌୍ୟ୍ୟନ୍ତ ଲମ୍ବିଥିବା ଏହି ସଡ଼କର ବିଭିନ୍ନ ଭାଗରେ ଖୋଳାଯାଇ ନମୁନା ସଂଗ୍ରହ ସହ ପରସ୍ତ ପରସ୍ତ ମୋଟେଇ ମାପ କରାଯାଇଥିବା ସୂଚନା ମିଳିଛି।ସଡ଼କରେ ବ୍ୟବହୃତ ମୋରମ୍‌, ମେଟାଲ୍ ଓ ମାଟିର ଆକଳନ କରାଯାଇଥିଲା। ଏଥିସହ ସଡ଼କର ଉଭୟ ପାର୍ଶ୍ବରେ ଥିବା ରକ୍ଷକ କାନ୍ଥ(ଗାର୍ଡ ୱାଲ୍‌) ଓ ୧୨ଟି ଯାକ କଂକ୍ରିଟ୍ ନଳାପୋଲ(କଲଭର୍ଟ)ର ନିର୍ମାଣ ଶୈଳୀ ଅନୁଧ୍ୟାନ କରାଯାଇଥିବା ଜଣାପଡ଼ିଛି। ନଳାପୋଲରେ ବ୍ୟବହୃତ ରଡ୍‌, ସିମେଣ୍ଟ୍, ଚିପ୍ସ, ମେଟାଲ୍ ଆୟତନ ଓ ପରିମାଣ ଆକଳନ ସହ ନିର୍ମାଣ କାର‌୍ୟ୍ୟରେ ଶ୍ରମିକ ନିୟୋଜନ ସଂଖ୍ୟାକୁ ନେଇ ସମୀକ୍ଷା କରାଯାଇଛି। ତଦନ୍ତ ସମୟରେ ବିଭିନ୍ନ ନିର୍ମାଣ ସ୍ଥାନ ଚିହ୍ନଟ ଓ କ୍ଷେତ୍ର ନିରୂପଣ କ୍ଷେତ୍ରରେ ଆରଡି ଉପଖଣ୍ଡ ଅଧିକାରୀ(ଏସ୍‌ଡିଓ) ଇଂ ମୁଦୁଲି ଭେଙ୍କଟରମଣ ଓ କନିଷ୍ଠଯନ୍ତ୍ରୀ ଇଂ ରସାନନ୍ଦ ବାରିକ ଉପସ୍ଥିତ ରହି ଲୋକାୟୁକ୍ତ ତଦନ୍ତକାରୀ ଦଳକୁ ସହାୟତା କରିଥିଲେ। ଏହି ତଦନ୍ତ ସଂପର୍କରେ ଲୋକାୟୁକ୍ତ ପ୍ରତିନିଧି ଦଳ ମୁଖ୍ୟ ଉପନିର୍ଦେଶକ ଇଂ ବିଶ୍ବାଳଙ୍କୁ ଭେଟି ପଚାରିବାରେ ତଦନ୍ତ ହୋଇଛି, ଆସନ୍ତକାଲି ସେ ଏ ସଂପର୍କିତ ରିପୋର୍ଟ ସେ ଲୋକାୟୁକ୍ତରେ ଦାଖଲ କରିବେ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.