Home ଜିଲ୍ଲା ପରିକ୍ରମା ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ଓ ଭଦ୍ରକରୁ ପ୍ରକାଶିତ ସମ୍ବାଦପତ୍ର ସ୍ୱରାଜବାର୍ତ୍ତା ପକ୍ଷରୁ ଗୁରୁ ସମ୍ମାନ...

ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ଓ ଭଦ୍ରକରୁ ପ୍ରକାଶିତ ସମ୍ବାଦପତ୍ର ସ୍ୱରାଜବାର୍ତ୍ତା ପକ୍ଷରୁ ଗୁରୁ ସମ୍ମାନ ଦିବସ ପାଳିତ

42

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ଓ ଭଦ୍ରକରୁ ପ୍ରକାଶିତ ସମ୍ବାଦପତ୍ର ସ୍ୱରାଜବାର୍ତ୍ତା ପକ୍ଷରୁ ଭଦ୍ରକ ର ସଂସ୍କୃତିଭବନ ଠାରେ ଗୁରୁ ସମ୍ମାନ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ୱରାଜବାର୍ତ୍ତାର ମୁଖ୍ୟ ସମ୍ପାଦକ ତଥା ସଂଗଠନର ମୂଖ୍ୟ ମାର୍ଗଦର୍ଶିକ ରବିନାରାୟଣ ଖିଲାର ପ୍ରାରମ୍ଭିକ ସୂଚନା ଦେଇଥିଲେ । ତେଜସ୍ୱିନୀ ମହିଳା ସଂଗଠନ ର ସଭାନେତ୍ରୀ କଳ୍ପନା ଜେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ,ମୁଖ୍ୟବକ୍ତା ଭାବେ ମାର୍ଗଦର୍ଶକ ଅଧ୍ୟାପକ ନିହାର ରଞ୍ଜନ କର ଯୋଗଦେଇ ଗୁରୁମାନେ ଯୁଗେ ଯୁଗେ ପୂଜ୍ୟ ଓ ନମସ୍ୟ ଅଟନ୍ତି ବୋଲି କହିଥିଲେ । ଗୁରୁଙ୍କୁ ପ୍ରଥମକରି ଏହି ସଂଗଠନ ସମ୍ମାନିତ କରିଛି ଯାହାକି ଏହା ହିଁ ଆମର ସଂସ୍କୃତି ଓ ପରମ୍ପରା ବୋଲି ମାର୍ଗଦର୍ଶକ ଶ୍ରୀ ଖିଲାର କହିଥିଲେ । ସମାଜର ସମସ୍ତ ବର୍ଗର ଶିକ୍ଷା,ଯାହାଦ୍ୱାରା ମଣିଷ ପ୍ରତିଷ୍ଠିତ ହୋଇଥାଏ ତାହା ଗୁରୁଙ୍କ ଠାରୁ ହିଁ ଆହରଣ କରାଯାଇଥାଏ ତେଣୁ ଗୁରୁହିଁ ସର୍ବତ୍ର ପୂଜ୍ୟ । ଉପସଭାପତି ଶିକ୍ଷୟତ୍ରୀ ମନୋରମା ରାୟ ମଞ୍ଚ ଆମନ୍ତ୍ରଣ,ପ୍ରଧାନଶିକ୍ଷତ୍ରୀ ଉପଦେଷ୍ଟା ଜାନକୀ ପାଢୀ ଅତିଥି ପରିଚୟ,ଉପସଭାପତି ଚୈତାଳି ଖିଲାର ସ୍ୱାଗତଭାଷଣ ,ସମ୍ପାଦକ ସୁଶ୍ରୀ ଅଞ୍ଜନା ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଅତିଥିଙ୍କୁ ଆବହକ ରେଣୁବାଳା ଖିଲାର ଓ ସହସଂପାଦକ ଉର୍ମିଳା ସାହୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।ଶେଷରେ ସହ ସମ୍ପାଦକ ସୁଜାତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରାରମ୍ଭରେ କୁମାର ଗୌତମ ଙ୍କ ଦ୍ୱାରା ଗୁରୁବନ୍ଦନା,ଶୁଭସ୍ମିତା ରାଉତଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲେ । ଏହି କାର୍ଯ୍ୟକ୍ରମକୁ ମାର୍ଗଦର୍ଶକ ପ୍ରଭାତ ଜେନା,ସମାଜସେବୀ କୃଷ୍ଣଚନ୍ଦ୍ର ବେହେରା,ସାମ୍ବାଦିକ ଅବିନାଶ ପଣ୍ଡା,ସନ୍ତୋଷ ଦାସ,ମାନଗୋବିନ୍ଦ ଜେନା,ବିକାଶ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ପଣ୍ଡା, ଚାନ୍ଦବାଲି ଓଷ୍ଟା ସଂଘର ଯୁଗ୍ମ ସଂପାଦକ ପ୍ରଭାକର ପରିଡା ,ଜିଲ୍ଲା ଓଷ୍ଟା ସମ୍ପାଦକ ପ୍ରଦୀପ୍ତ କୁମାର ଦାସ,ପ୍ରଧାନଶିକ୍ଷକ ଭୀମଚରଣ ପରିଡା,ଖଗେଶ୍ୱର ଜେନା,ଶେଖର ଜେନା,ସୁସ୍ମିତା ମହାନ୍ତି,ଝୁରନବାଳା ଖୁଣ୍ଟିଆ,ପ୍ରଣତି ମଲ୍ଲିକ,ଉଷାଶି ନାୟକ,ସ୍ମିଧାରାଣୀ କର,ସ୍ୱର୍ଣ୍ମପ୍ରଭା ତ୍ରିପାଠି,ସମୀର ଜେନା,ପ୍ରଶାନ୍ତ ବେହେରା,ରୂପକ ମିଶ୍ର,ତବରେଜ ଖାଁ,ବୈକୁଣ୍ଠ ବିଶ୍ୱାଳ ,ହେମେନ୍ଦ୍ର ମହାନ୍ତ,ସବିତା ବାରିକ ପ୍ରମୁଖ ୫୫ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉତ୍ତରୀୟ,ପୁଷ୍ପଗୁଚ୍ଛ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.